STORYMIRROR

pranati Mahapatra

Inspirational Children

4  

pranati Mahapatra

Inspirational Children

ବିଶାଳ ଆକାଶ

ବିଶାଳ ଆକାଶ

1 min
206

ବିଶାଳ ପୃଥିବୀ ମଥାରେ ରହିଛି

ଛତାପରି ଯେ ଆକାଶ,

ଦିନରେ ସୂରୁଜ ଜ୍ୟୋତି ଦେଇଥାଏ

ରାତିରେ ଚନ୍ଦ୍ର ପ୍ରକାଶ।

ଗ୍ରହ ଓ ନକ୍ଷତ୍ର ଗ୍ରହାଣୁ ପୁଞ୍ଜରେ

ଝିଲମିଲ କରେ ଆକାଶ,

ଟିକିଟିକି ତାରା ଫୁଲପରି ଦେଖି

ଆମ ମୁଖେ ଫୁଟେ ହସ।

ବିଶାଳ ପରା ସେ ଆକାଶ ଆମର

ଜମା ଆଖି ପାଏ ନାହିଁ,

ଆକାଶ ପରିକା ବିଶାଳ ହୃଦରେ

ବାପା ଆମ ପାଶେ ଥାଆନ୍ତି ରହି।

ମାଟିରୁ ଆକାଶ ଆକାଶରୁ ମାଟି

କିଏ କଳନା କରିବ,

ବିଶାଳ ହୃଦରେ ଏ ଧରା ବାସୀଙ୍କୁ

ଅଭୟ ତ ଯିଏ ଦେବ।

ବାୟୁ, ପାଣି, ମାଟି, ଆକାଶ ପରି

ମୋ ଘରେ ମୋ ବାପା ମାଆ,

ତାଙ୍କ ସେବା କରି ଏ ଜୀବନ ଯାଉ

ମମତାମୟୀ ମୋ ମାଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational