STORYMIRROR

pranati Mahapatra

Inspirational Children

4  

pranati Mahapatra

Inspirational Children

ଅମୁଲ୍ୟ ଦାନ

ଅମୁଲ୍ୟ ଦାନ

1 min
243

ଶିକ୍ଷାର ପ୍ରଦୀପ ଜାଳିଦେଇ ଯିଏ

ତମସାକୁ କରେ ଦୂର,

ସବୁ ସମସ୍ୟାର ସମାଧାନ କରେ

ଶିକ୍ଷକ ର ଅବତାର।

ମଣିଷ ତିଆରି କାରଖାନା ଗଢି

ମୁକ୍ତିର ମଶାଲ ଦିଅନ୍ତି ଜାଳି,

ଶିକ୍ଷକ ସେ ଆମ ସର୍ବଦା ପୂଜ୍ୟ

ସୁପଥର ପଥ ଉତ୍ତମ ମାର୍ଗ

ଆମକୁ ଦିଅନ୍ତି ଦେଖାଇ,

ସମାଜର ସିଏ ପରା ମେରୁଦଣ୍ଡ 

ତାଙ୍କ ଭଳି କେହି ନାହିଁ।

ସତ ମାର୍ଗେ ସଦବୁଦ୍ଧି ବିଦ୍ୟା ଘେନି

କେତେ ହୁଅନ୍ତି ତିଆରି,

ଡାକ୍ତର ମାଷ୍ଟର ବୈଜ୍ଞାନିକ କଳାକାର

ଇଞ୍ଜିନିୟର ସେବାକାରୀ।

ସେହି ଶିକ୍ଷକ ସେ ଭୁଲି ନିଜ ସ୍ଵାର୍ଥ

ଦେଶ ସେବାରେ ବ୍ରତୀ,

ଅମୂଲ ମୂଲ ଯେ ତାଙ୍କ ଶ୍ରମ ଦାନ

କରେ ପ୍ରଣାମ କୋଟି କୋଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational