Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ ଶୁଭ୍ରାଂଶୁ କୁମାର ବେହେରା

Children Stories Classics Children

4  

ଇଂ ଶୁଭ୍ରାଂଶୁ କୁମାର ବେହେରା

Children Stories Classics Children

" ମୋ ଗାଁ ଟା ବଦଳି ଗଲାଣି "

" ମୋ ଗାଁ ଟା ବଦଳି ଗଲାଣି "

1 min
237


ସାଇକେଲଟିରେ ଫେରିବାଲା କାହିଁ 

ଆଉ ଲୁଗା , ଶାଢ଼ୀ ନେଇ ଆସୁନି ,

ଭଳି ଭଳି ରଂଗ ଲୁଗା ବାଛିବା ପାଇଁଁକି

ମୋ ଗାଁ ଦାଣ୍ଡରେ ମାଇପିଙ୍କ ଭିଡ଼ ଜମୁନି ,

ଅତର , ସାବୁନ , ସିନ୍ଦୁର , ଶଙ୍ଖାରୀର

ପସରା ମେଲିବାର ଦିନ ଗଲାଣି ,

ମୋ ଗାଁ ଟା ବଦଳି ଗଲାଣି ।


ସକାଳୁ ସକାଳୁ ବୃନ୍ଦାବତୀଙ୍କ ମୂଳରେ

ଧୂପ କାଠି କେଞ୍ଚା ଆଉ ହେଉନି ,

ଅନ୍ଧାର ଆଗରୁ ମାଟି ଦୀପର ସଳିତା

ଘରେ ଘରେ କାହିଁକି କେଜାଣି ଜଳୁନି ,

ଅଂଗାରକୁ ଜାଳି ମାଟି ପାତ୍ରଟିରେ

ଝୁଣା ଦେବାର ସମୟ ଗଲାଣି ,

ମୋ ଗାଁ ଟା ବଦଳି ଗଲାଣି ।


ଆଳୁ , ବାଇଗଣ ଅବା ଶୁଖୁଆଟିଏ ବି

ଆଉ ଭଲ କରି ପୋଡି ହେଉନି ,

ଇଟା , ମାଟି ଦେଇ ତିନି ଆଖି ବାଲା

ମାଟି ଚୂଲିଟିଏ ବି କାହିଁକି ଦିଶୁନି ,

ଚୂଳି ମୂଳେ ଥିବା ବାଉଁଶ କାଠର

ନଳଟିଏ ଆଜି ସ୍ମୃତିଟିଏ ହୋଇ ଗଲାଣି ,

ମୋ ଗାଁ ଟା ବଦଳି ଗଲାଣି ।


ନୂଆ ବରଷରେ ସାଂଗ ସାଥି ମେଳେ

ଗ୍ରୀଟିଙ୍ଗସ ଦିଆ ନିଆ ଆଉ ହେଉନି ,

" ଡିଅର ଡିଅର ହାପି ନିୟୁ ଇଅର "

ଗ୍ରୀଟିଙ୍ଗସରେ ଲେଖା ହେଉନି ,

ନୂଆ ବରଷରେ କୋଡ଼ିଏ ଟଙ୍କିଆ

ବ୍ରଏଲର କୁକୁଡା ଭୋଜିର ଦିନଟି ଗଲାଣି,

ମୋ ଗାଁ ଟା ବଦଳି ଗଲାଣି ।


ବିଭାଘର ପାଇଁ ଝିଅ ଦେଖି ଆସିବାରେ

ଅଭିଆଡି ଝିଅ ଶାଢ଼ୀ ପିନ୍ଧି ଦେଖା ଦେଉନି , 

(ନିର୍ବନ୍ଧ)ପାଟମୁଦି ବେଳେ ଚୁଡ଼ା ଉଖୁଡା ସାଂଗରେ

ବୁନ୍ଦିଆ ମିଠାର ପାଟମୁଦି ଭୋଜି ହେଉନି ,

ପାଲିଙ୍କିରେ ବର ସବାରୀରେ କନ୍ୟା

ଦେଖିବା ଦିନଟି ଅତୀତ ହେଲାଣି ,

ମୋ ଗାଁ ଟା ବଦଳି ଗଲାଣି ।


                          

              

             


Rate this content
Log in