STORYMIRROR

Kalyani Nanda

Others Children

4  

Kalyani Nanda

Others Children

ପାଗଳୀ ମାଁ ର ଆଶାବାଡି

ପାଗଳୀ ମାଁ ର ଆଶାବାଡି

1 min
218

ମାଁ ସିଏ, ଯିଏ ନିଜ ସନ୍ତାନ ପାଇଁ ,

   ହୃଦୟର ସମସ୍ତ ସ୍ନେହ ଦେଇ,ପାଗଳୀ ପ୍ରାୟେ

ଜୀବନର ସମସ୍ତ ଝଡଝଞ୍ଜା ସହି, 

  ସମସ୍ତ ଦୁଃଖ,କଷ୍ଟ ନିଜ ଜୀବନେ ସାଉଁଟି ନିଏ ।


ମାଁ ସିଏ, ଠିକ୍ ଝଙ୍କାଳିଆ ବରଗଛ ପରି,

   ସନ୍ତାନକୁ ନିଜ ପଣତରେ ଢାଙ୍କି କୋଳେ ଟାଣି ନିଏ।

ନ ଖାଇ, ନ ପିଇ,ଖଟୁଥାଏ ଦିନରାତି,

    ମୁଠାଏ ଆରାମ ତା ଛୁଆ ପାଇଁ ପାଗଳୀ ପରି ଖୋଜୁଥାଏ।


ବୟସ ବଢ଼େ, ନିସ୍ବ ଜୀବନକୁ ବୋହି ବୋହି,

     କ୍ଲାନ୍ତ,ଶ୍ରାନ୍ତ ଶରୀର ଆଶ୍ରା ଟିଏ ଖୋଜେ ତା ଚାରିପାଖେ,

ହେଲେ ହାତମୁଠାରୁ ଖସିଯାଏ ତା ଆଶାର ବାଲି,

     ପୁଣିଥରେ ପାଗଳିନୀ ସମ ତା ସ୍ବପ୍ନଭରା ଜୀବନକୁ ଖୋଜୁଥାଏ।  


 ଦିନେ ଉଡନ୍ତା ପକ୍ଷୀ ପରି କୋରଡରୁ ପକ୍ଷୀ,

      ସମସ୍ତ ସ୍ନେହର ବନ୍ଧନ ଛିଣ୍ଡାଇ ଉଡିଯାଏ ଦୂରେ ବହୁଦୂରେ,

 ମାଁ ଟି ସେମିତି ରହିଯାଏ ସ୍ନେହ ପାଗଳୀ ହୋଇ,

      ପାଗଳୀ ପରି ଏଠି ସେଠି ଖୋଜୁଥାଏ ତା ଏକମାତ୍ର ଆଶାବାଡି ।


       ସେ ଯେ ସ୍ନେହ ରଙ୍କୁଣୀ,ମମତାମୟୀ ପାଗଳୀ ମାଁ,

     ଆଜି ଯାଏଁ ପାଇନି ତା ପ୍ରିୟ ଆଶାବାଡି ସେ ପାଗଳୀ ମାଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍