କେବଳ ସେ
କେବଳ ସେ
ପ୍ରତ୍ୟେକ ଦେଶର ନାଗରିକତ୍ଵର
ପରିଚୟ ନାଗରିକ,
ନାଗରିକ ହେଲେ ବଢେ ତା ଦାୟିତ୍ୱ
ଦେଶର ବଢାଏ ଟେକ।
ସାବାଳକ ପୁଣି ନାବାଳକ ତ
ନୁହଁନ୍ତି ପ୍ରାପ୍ତ ବୟସ୍କ,
ଯେବେ ଦେଶ ଦିଏ ପରିଚୟ ଟିଏ
ହୁଏ ସେ ତ ନାଗରିକ।
ନାଗରିକ ହେଲେ ବୟସ ବଢଇ
ନିର୍ବାଚିତ କରେ ସୁଶାସକ,
ନାନା ସତକର୍ମେ ଦେଶର ପ୍ରଗତି
କରେ ସେହି ନାଗରିକ।
ନାଗରିକ ପରା ଦେଶର ରକ୍ଷକ
ଦେଶର ଉନ୍ନତି ପାଇଁ,
କରେ କେତେ ଚିନ୍ତା କରେ ଭଲକାମ
ନାଗରିକ ଟିଏ ହୋଇ।
