STORYMIRROR

Sabita Sukla

Others Children

4  

Sabita Sukla

Others Children

ଶିଶୁର ଖୁସି

ଶିଶୁର ଖୁସି

1 min
206

ଶିଶୁର ଖୁସି ହୃଦୟ ଶଶୀ ମନକୁ ନିଏ କିଣି,

ମଣୀମୁକୁତା ହସ ଶୁଦ୍ଧତା ଅଳପକେ ଯାଏ ଜିଣି।1।


ଶିଶୁର ହସ ଅମୃତ ରସ ନିଷ୍ପାପ ହୃଦୟ ଟିଏ,

ପର ଆପଣା ନାହିଁ ତ ମନେ ସଭିଙ୍କୁ ହସାଉଥାଏ।2।


ମାଆ ର ଶ୍ରମ ସାର୍ଥକ ହୁଏ ଦେଖିଲେ ଶିଶୁର ହସ,

ଦୁଃଖ ଯନ୍ତ୍ରଣା ମନେ ପଡେନା ନଥାଏ ଅବଶୋଷ।3।


ଉତ୍ତର ପିଢ଼ି ଗଢ଼ିବା ଅାମେ ଶୁଭ ସଂସ୍କାର ଦେଇ,

ଜଗତ କଲ୍ୟାଣ କରିବ ମୋଧନ ନୂତନ ଚିନ୍ତନ ନେଇ।4।


ବଢ଼ିଲେ ଶିଶୁ ଗଢିବ ଦେଶ ଉଡିବ ବିଜୟ ବାନା,

ରଟିବ ବିଶ୍ଵ ହଟିବ ନିଶ୍ଵ ତୁଟିବ ଦନ୍ୟ ଭାବନା।5।


ଅତି ସୁନ୍ଦର ମତି ତାହାର କତିରେ କାଳିମା ନାହିଁ,

ପ୍ରୀତି ପୂର୍ବକ ଗତି କରଇ ଅତି ପବିତ୍ର ସେହି।6।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ