Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Children

4  

KRUTIBAS NAYAK

Children

କବିତା ଆଳାପ-09 : ଶିଶୁ :-ଡକ୍ଟର କୃତ୍ତିବାସ ନାୟକ

କବିତା ଆଳାପ-09 : ଶିଶୁ :-ଡକ୍ଟର କୃତ୍ତିବାସ ନାୟକ

1 min
157



ଆମେ ଶିଶୁ ଆଜି ଅରୁଣ,

ଆଗାମୀ କାଲିର ତରୁଣ | |(ଘୋଷା)


ପୂରୁବ ଆକାଶେ ସିନ୍ଦୁରା ଫାଟିଛି,

ରକତ କିରଣ ସୁଅ ତ ଛୁଟିଛି |

ଆମରି ଆଭାରେ ଆମରି ଶୋଭାରେ-

ଅନ୍ଧାର ହୋଇବ ହରଣ |

ଆମେ ଶିଶୁ ଆଜି ଅରୁଣ,

ଆଗାମୀ କାଲିର ତରୁଣ | |(1)


ସତ୍ୟରକ୍ଷା ଆମ ଜୀବନର ପଣ,

ମାନବ ଜାତିର କରୁ ଜୟଗାନ |

ନାହିଁ ତ ଆମର ପର ଆପଣାର-

ଆମେ ଅମୃତର ସନ୍ତାନ |

ଆମେ ଶିଶୁ ଆଜି ଅରୁଣ,

ଆଗାମୀ କାଲିର ତରୁଣ |(2)


ଆମରି ହାସରେ ହସିବ ଦୁନିଆ,

ଦୁଃଖ ଆଉ ଶୋକ ହୋଇବେ ଛାନିଆଁ|

ଅସତ୍ୟ ଅନ୍ଧାର ବୁକୁଚିରି ଆମେ-

ଶାନ୍ତିକୁ କରିବୁ ବରଣ |

ଆମେ ଶିଶୁ ଆଜି ଅରୁଣ,

ଆଗାମୀ କାଲିର ତରୁଣ | |(3)



Rate this content
Log in

Similar oriya poem from Children