ଗଙ୍ଗାସୁତ
ଗଙ୍ଗାସୁତ
ଗଙ୍ଗାସୁତ ଭଣି କହେ ନୃପମଣି
ଅର୍ଥରେ ବଶ ହୋଇଲି,
ଅନ୍ନ ବସ୍ତ୍ର ଦେଇ ଯେ ମୋତେ ପୋଷିଲା
ତା ଲାଗି ଶସ୍ତ୍ର ଧରିଲି।
ଦେହ ଦେବାଳୟ ଦୁର୍ଯ୍ୟୋଧନ ପାଶେ
ପଡିଥିଲା ବନ୍ଧା ସିନା,
ମନ ଆତ୍ମା ହୃଦ ସମର୍ପଣ ଥିଲା
ସତ୍ୟ ପାଶେ ଏହା ସଭିଙ୍କୁ ଜଣା।
ଅଧର୍ମ ପଥରେ କୌରବ ତନୟ
ଗଣ ସଦା ଚାଲୁଥିଲେ,
ଯେତେ ବନ୍ଦି ଯାହାକୁ କରି ରଖିଲେ ବି
କୌରବ କୂଳ ହାରିଲେ।
ରଖେ ହରି ଯାକୁ ମାରି କେ ପାରିବ
ସବୁ ଇଛା ହରିଙ୍କର,
କରି କରାଏ ସେ ପରଦା ଉହାଡେ
ବିଜୟ ପରା ସତ୍ୟର।
