STORYMIRROR

pranati Mahapatra

Inspirational Children

4  

pranati Mahapatra

Inspirational Children

ଗଙ୍ଗାସୁତ

ଗଙ୍ଗାସୁତ

1 min
157

ଗଙ୍ଗାସୁତ ଭଣି କହେ ନୃପମଣି 

ଅର୍ଥରେ ବଶ ହୋଇଲି,

ଅନ୍ନ ବସ୍ତ୍ର ଦେଇ ଯେ ମୋତେ ପୋଷିଲା

ତା ଲାଗି ଶସ୍ତ୍ର ଧରିଲି।

ଦେହ ଦେବାଳୟ ଦୁର୍ଯ୍ୟୋଧନ ପାଶେ

ପଡିଥିଲା ବନ୍ଧା ସିନା,

ମନ ଆତ୍ମା ହୃଦ ସମର୍ପଣ ଥିଲା

ସତ୍ୟ ପାଶେ ଏହା ସଭିଙ୍କୁ ଜଣା।

ଅଧର୍ମ ପଥରେ କୌରବ ତନୟ 

ଗଣ ସଦା ଚାଲୁଥିଲେ,

ଯେତେ ବନ୍ଦି ଯାହାକୁ କରି ରଖିଲେ ବି

କୌରବ କୂଳ ହାରିଲେ।

ରଖେ ହରି ଯାକୁ ମାରି କେ ପାରିବ

ସବୁ ଇଛା ହରିଙ୍କର,

କରି କରାଏ ସେ ପରଦା ଉହାଡେ

ବିଜୟ ପରା ସତ୍ୟର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational