STORYMIRROR

Samar Ballav Bhoi

Tragedy Inspirational Children

4  

Samar Ballav Bhoi

Tragedy Inspirational Children

ଗଛ

ଗଛ

1 min
246


ହେ ମୋ ପ୍ରିୟ ଗଛ ତୁମେ!

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କର ଉପକାର 

ଅମ୍ଳଜାନ ଦେଇ ଅଙ୍ଗାରକାମ୍ଳ କୁ କର ନିଜର     

ଯାହାକି ପ୍ରାଣୀ ଜଗତ ପାଇଁ ଅତି ଦରକାର।।


ହେ ମୋ ପ୍ରିୟ ଗଛ ତୁମେ!

ତୁମ ପାଇଁ ସାରା ଧରିତ୍ରୀ ଦିଶଇ ସୁନ୍ଦର 

ସବୁ ପ୍ରାଣୀ ଜଗତ ତୁମର ଭାରି ଆଦର

ପର ଉପକାରେ ସଦା ଜୀବନ ଗଛ ତୁମର।।


ହେ ମୋ ପ୍ରିୟ ଗଛ ତୁମେ!

ବିହଙ୍ଗ ମାନଙ୍କର ଅଟ ତୁମେ ଘର

ନିରାଶ୍ରୟ ପଥିକର ତୁମେ ଆପଣାର

ତୁମ ଛାଇ ଜୀବନ ଅଟେ କ୍ଳାନ୍ତ ପଥିକର।।


ହେ ମୋ ପ୍ରିୟ ଗଛ ତୁମେ!   

ତୁମ ସାରା ଶରୀରଟା ମଣିଷ ପାଇଁ ଅତି ଦରକାର

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦାନ ତୁମ ଏ ସାରା ଶରୀର

ତଥାପି ମାନବ ବୁଝେନା ତୁମ ଦୁଃଖ ଓ ଆଦର।।


ହେ ମୋ ପ୍ରିୟ ଗଛ ତୁମେ!

ଦୁନିଆରେ ଜନ୍ମ ତୁମ ଆଉ ପାଉନାହିଁ ଆଦର 

ଭାରସାମ୍ୟ ରକ୍ଷା କରିଥାଅ ପ୍ରକୃତି ବକ୍ଷର 

ତୁମେ ବଞ୍ଚିଲେ ବଞ୍ଚିବ ଜୀବନ ଏପ୍ରାଣୀ ଜଗତର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy