STORYMIRROR

SACHALA GURU

Inspirational Others Children

4  

SACHALA GURU

Inspirational Others Children

ଛୋଟରୁ ବଡ଼ ହେବା

ଛୋଟରୁ ବଡ଼ ହେବା

1 min
229

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗ୍ରାମେ

ଥିଲା ସେ ଗରିବ ପିଲା

ବିଦ୍ୟା ଶିକ୍ଷା ଆଶା ନ ଥିଲା ଭରସା

ଶେଷରେ ଗାଈ ଜଗିଲା ||

ନାମ ବଂଶୀଧର ଜ୍ଞାନେ ଧୁରନ୍ଧର

ଉପାୟ ତାହାର ନାହିଁ

ଦାରିଦ୍ର୍ୟର ଦୁଃଖ କରିଛି ବିମୁଖ

କା ଆଗେ କହିବ ଯାଇ ||

ନିତି ପ୍ରତିଦିନ ଗାଈ ଚରାଇଣ

ପଢ଼ାରେ ଥାଏ ତା' ମନ

କିପରି ପଢ଼ିବ ଅର୍ଥର ଅଭାବ

ମନେ ମନେ କରି ଧ୍ୟ୍ୟାନ ||

ଦିନେ ଚିନ୍ତାକଲା ଖାତାଟେ କିଣିଲା

ଗାଈ ଚରାଇଣ ଗଲା

ଗଛର ମୂଳରେ ଗାଭୀମାନ ବାନ୍ଧି

ବିଦ୍ୟାଳୟକୁ ଗମିଲା ||

ବିଦ୍ୟାଳୟ ପାଖେ ଶ୍ରେଣୀର ପାର୍ଶ୍ୱରେ

ବାତାୟନ ପାଖେ ବସି

ଗୁରୁଙ୍କର ପଢ଼ା ଶ୍ରବଣ କରିଣ

ଧ୍ୟାନେ ଲେଖଇ ସେ ହସି ||

ଗାଭୀ ପାଖେ ମନ ପଢ଼ାରେ ଯେ ଧ୍ୟାନ

ନିତି ପ୍ରତିଦିନ କରି

ବିଧ୍ୟାର ଜିଜ୍ଞାସା ଜ୍ଞାନର ଆକାଂକ୍ଷା

ଦୃଢ଼ ମନୋବଳ ଧରି ||

ଏ ପରି ରହସ୍ୟ ଜାଣିଲେ ଅବଶ୍ୟ

ପ୍ରତିଗୁରୁ ପ୍ରତିଶିଷ୍ୟ 

ବଂଶୀଧର ଜ୍ଞାନ ଉତ୍କଣ୍ଠା ତା ମନ

ଗ୍ରାମବାସୀ ଯେ ହରସ ||

ପ୍ରଧାନ ଶିକ୍ଷକ ଦେଖିଣ ଆଦର୍ଶ

ହୋଇଣ ଅତି ଆନନ୍ଦ

ବିଦ୍ୟାଳୟେ ତାର ନାମ ଲେଖଇଣ 

ଲଭିଲା ପରମାନନ୍ଦ ||

ଛାତ୍ର ଗହଣରେ ପରୀକ୍ଷା କରିଲେ

ବଂଶୀ ହୋଇଲା ପ୍ରଥମ

ତାହା ଦେଖି ଗୁରୁ ଆଶ୍ଚମ୍ବିତ ହେଲେ

ପ୍ରକୃତ ଶିଷ୍ୟର ମର୍ମ ||

ତାର ଜ୍ଞାନ ନିଷ୍ଠା ହୋଇଥିଲା ଶ୍ରେଷ୍ଠ

ପ୍ରତି ଛାତ୍ରଙ୍କ ଗହଣେ

ଆଦର୍ଶ ଚଳଣି ଚିନ୍ତନ ଭାଳେଣି

ତା'ମଧ୍ୟେ ବଂଶୀ ଜଣେ ||

ତା' ଦୃଢ଼ ବିଶ୍ୱାସ ଦେଲା ଯେ ସାହସ

ଜିଲ୍ଲା ସ୍ତରୁ ରାଜ୍ୟ ଯାଏ

ଓଡିଶା ରାଜ୍ୟର ଅଗ୍ରଣୀ ଛାତ୍ର

ଶିକ୍ଷାରେ ପ୍ରଥମ ହୁଏ ||

ଜ୍ଞାନର ଯୋଗ୍ୟତା ଦେଲା ତା' କ୍ଷମତା 

ଉଚ୍ଚ କର୍ମଚାରୀ ପଦ

ପରିଶ୍ରମ ଫଳ କରିଲା ସଫଳ

ସର୍ବେ ହୋଇଲେ ଆନନ୍ଦ ||

ଉଦଯୋଗୀ ଜନ ଲଭେ ମହାନତା 

ହୃଦୟ ନିର୍ମଳ କରି

ଆଗ୍ରହ ଆବେଗ ବଢ଼ଇ ସ୍ଵଭାଵ

ସୁକର୍ମରେ ମନ ଭରି ||

ଅର୍ଥର ଅଭାବ ମନୁ ପୋଛିଦେଇ

ଦୃଢ଼ କରି ମନୋବଳ

ସେହି ପିଲା ଦିନେ ଦୁନିଆଁ ଦାଣ୍ଡରେ

ସୁଖରେ କାଟଇ କାଳ ||


Rate this content
Log in

Similar oriya poem from Inspirational