STORYMIRROR

Samar Ballav Bhoi

Children Stories Inspirational

4  

Samar Ballav Bhoi

Children Stories Inspirational

ଅର୍ଜୁନଙ୍କୁ ଦିବ୍ୟଜ୍ଞାନ

ଅର୍ଜୁନଙ୍କୁ ଦିବ୍ୟଜ୍ଞାନ

1 min
201

ମହାଭାରତର ଏକ କାହାଣୀ


କେଶବ ଶ୍ରୀକୃଷ୍ଣ ବୁଝାଇ ସେ ନଥିଲେ

ଅର୍ଜୁନଙ୍କୁ କର୍ମଯୋଗ ଗୀତା ମହତବାଣୀ 

ଅର୍ଜୁନଙ୍କ ଦ୍ୱାରା ଜଗତ କଲ୍ୟାଣେ 

ମହତ ଗୀତାକୁ କରିଥିଲେ ସେ ବଖାଣି ।।


ହେ ପାର୍ଥ ତୁମେ ସଂସାର ମୋହକୁ

ପରିତ୍ୟାଗ କରି ଯୁଦ୍ଧ ଭୁମିକୁ ଦେଖ

ଆପଣାର ବୋଲି ଭାବରେ ନ ରଖି

କର୍ମଭୂମିରେ କର୍ମକୁ ଗୁରୁତ୍ୱ ରଖ।।


ଧର୍ମ ଯୁଦ୍ଧ କ୍ଷେତ୍ରେ ଗୁରୁ ଗୁରୁଜନ

ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ ତୁମର

ଯୁଦ୍ଧକ୍ଷେତ୍ରେ ଯୁଦ୍ଧ ଅଟେ ପ୍ରୟୋଜନ

ଦେଖ ନାହିଁ ତୁମେ ପର ଆପଣାର।।


ହେ ଅର୍ଜୁନ ଚିନ୍ତା ନକରି ଉଠାଅ ଗାଣ୍ଡିବ  

ତୁମ ବିନା ଧର୍ମ ଯୁଦ୍ଧ ହେବ ନାହିଁ ଶେଷ 

କର୍ମ ଜ୍ଞାନ ହିଁ ତୁମ ପାଇଁ ଅତି ଆପଣାର 

କର୍ମ କରିବାରେ ରଖନା କିଛି ଅବଶୋଷ।। 


ହେ କେଶବ! କେମିତି କରିବି ମୁଁ ଯୁଦ୍ଧ

ମୋ ସମ୍ମୁଖରେ ଅଛନ୍ତି ଭୀଷ୍ମ ପିତାମହ

ଯାହା କୋଳେ ଖେଳୁଥିଲି ହୋଇ ଅତି ପ୍ରିୟ 

କେମିତି ଉଠାଇବି ଗାଣ୍ଡିବଧନୁ ତୁମେ କୁହ।। 


ହେ ମଧୁସୂଦନ ମୋ ଦ୍ବାରା ଏହା ନୁହଁଇ ସମ୍ଭବ

ହେ ପାର୍ଥ ତୁମେ ଛାଡ ମୋହ ମାୟା ସଂସାର

ସବୁକିଛି ଆସକ୍ତି ଦୁରେଇ ଉଠାଅ ତୁମ ଗାଣ୍ଡିବ

ଏ ଯୁଦ୍ଧ ହେବ ଯୁଗେ ଯୁଗେ ଧର୍ମ ସ୍ଥାପନାର।।


ଶ୍ରୀକୃଷ୍ଣ ଅନେକ ବୁଝାଇ କହିଲେ ହେ ପାର୍ଥ 

ସାରା ବିଶ୍ୱବ୍ରହ୍ମାଣ୍ଡ ସବୁ ଅଟେ ମୋ ଶରୀର 

ଦିବ୍ୟଚକ୍ଷୁ ବିନା ତୁମେ ପାରିବନି ବୁଝି ମୋ ଅର୍ଥ

ତେବେ ଯାଇ ଦେଖିପାରିବ ବିଶ୍ଵରୂପର ପ୍ରକାର।। 


ଶ୍ରୀକୃଷ୍ଣଙ୍କ ବିଶ୍ଵରୂପ ଦେଖିଲେ ବୀର ଅର୍ଜୁନ

ମୋହିତ ବିସ୍ମିତ ହେଲେ ଦେଖି ଧନଞ୍ଜୟ 

ସ୍ଥିତପ୍ରଜ୍ଞ ଧନଞ୍ଜୟ ଶେଷେ ବୁଝିଲେ ଏସବୁ  

ମୋହ ମାୟା ଛାଡି ଧର୍ମ ଯୁଦ୍ଧେ ରଖିଲେ ଲୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍