STORYMIRROR

Banabihari Mishra

Tragedy

3  

Banabihari Mishra

Tragedy

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
400

'ନା' ବୋଲି କହି   ହସି ହସି ଯେବେ

    ଚାଲିଗଲ ହୃଦ ମୋ ଭାଙ୍ଗିଦେଇ 

ଥରେ ହେଲେ ଫେରି କହିଦେଇ ଯାଅ

    ମୁଁ ବଞ୍ଚିବି ଏବେ ଆଉ କା ପାଇଁ।


ବଞ୍ଚିବାଟା ଏବେ   ମୋ ପାଇଁ ଗୋଟିଏ 

    ହେଇଯିବ ଖାଲି ମିଛ ବାହାନା

ହସି ପାରିବିନି    କାନ୍ଦି ପାରିବିନି 

    କରୁଥିବି ଜୀଇଁବାର ଛଳନା।


ବିଶ୍ୱାସ ମୋ ଅଛି     ଏବେ ବି ତୁମର

  ହୃଦୟରେ କୋଉ ଗୋଟେ କଣରେ 

ମୋ ସ୍ମୃତି ରହିଛି     ଆଜି ସୁଦ୍ଧା ତାଜା

   ମନଟା ବି ତୁମ ମୋ ପାଇଁ ଝୁରେ।

 

ନିରାଶ ହେବିନି    ଜାଣିଛି ମୁଁ ଯେଣୁ

  ନିଶ୍ଚେ ଦିନେ ତୁମେ ଫେରି ଆସିବ

ହେଲେ ସେ ବେଳକୁ  ଶରୀରଟା ମୋର 

   ହେଇଯାଇଥିବ ଜୀଅନ୍ତା ଶବ।


Rate this content
Log in

Similar oriya poem from Tragedy