STORYMIRROR

Rasmita Dixit

Classics

3  

Rasmita Dixit

Classics

ଭଙ୍ଗା ଆଇନା

ଭଙ୍ଗା ଆଇନା

1 min
335

ସମ୍ପର୍କର କାନ୍ଥରେ

ସନ୍ଦେହର ଫାଟଟିଏ ଦେଖାଦେଲେ

ଅବିଶ୍ୱାସ ଉଇ ଚରିଯାଏ

ବିଶ୍ୱାସର ମୂଳଦୁଆ

ହୁଗୁଳି ପଡେ

ସୌହାର୍ଦ୍ଦ୍ୟ ର ବନ୍ଧନ ସବୁ

ଫଟା କାନ୍ଥରେ ଯେତେ

ଚୁନ ,ସିମେଣ୍ଟ ବୋଲିଲେ କଣ ହେବ

ଭିତରେ ଭିତରେ ଫମ୍ପା ହେଉଥାଏ

ମନ ପଲସ୍ତରା ତଳ

ବିଶ୍ୱାସର ଅନ୍ତରଙ୍ଗ ଶଯ୍ୟାରେ

ଅବିଶ୍ୱସ୍ତ ମନ ରଚୁଥାଏ

ପ୍ରତି ରାତିରେ ନଗ୍ନ ଅଭିସାର ।

ପ୍ରତି ମୁହୂର୍ତ୍ତରେ ବଳି ପଡୁଥାଏ

ସ୍ନେହ, ପ୍ରେମ , ଭଲପାଇବା

ପ୍ରତିଶ୍ରୁତି, ଶପଥ ପରି

ନୀରିହ ଆବେଗ ସବୁ

ସଚରାଚର ଏମିତି ହିଁ ଘଟୁଥାଏ

କେବେ ତୁମେ

କେବେ ମୁଁ

ପରସ୍ପର ଅଜାଣତରେ ଖୋଜୁଥାଉ

ସମ୍ପର୍କ କାନ୍ଥରେ ଥିବା

ସନ୍ଦେହର ଫାଟ ଟିକୁ

ବିଶ୍ୱାସକୁ ଜିତିବାର ବାହାନା କରି

ପ୍ରୟାସ କରୁଥାଉ

ଲିଭାଇବାକୁ ସନ୍ଦେହର ଦାଗଟିକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics