ଭଲ ମଣିଷଟେ ହେବି
ଭଲ ମଣିଷଟେ ହେବି
କିଏ ଚାହେଁ ହେବ ଡାକତରଟିଏ
କରିବ ରୋଗୀଙ୍କ ସେବା
ଇଞ୍ଜିନିୟରଟେ ହେଲେ ପୋଲ,ଡ଼୍ୟାମ
କୋଠାବାଡ଼ି ବନାଇବା।
ସଇନିକ ହୋଇ ସୀମା ପାଶେ ରହି
ଦେଶ ରକ୍ଷା କରୁଥିବ
ତ୍ରିରଙ୍ଗା ପତାକା ଗଗନରେ ଉଡ଼ି
ବାଣ୍ଟୁଥିବ ବଇଭବ।
ନେତାଟିଏ ହୋଇ ଦେଶ ଜନତାଙ୍କ
ଦୁଃଖେସୁଖେ ହେବ ସାଥୀ
ଶିଳ୍ପୀଟିଏ ହେଲେ ପାଷାଣ ଦେହରେ
ଆଙ୍କିବ ଜୀବନ୍ତ ମୂର୍ତ୍ତି।
ଅମଲାତନ୍ତିରୀ କରେ ଦେଶ ସେବା
ଆନନ୍ଦ ବିଭୋର ମନେ
ଦେଶର ପ୍ରଗତି ଉରନତ ଜାତି
ଦେଖିବ ଏ ବିଶ୍ୱ ଦିନେ।
ବୈଜ୍ଞାନିକ ହୋଇ ରକେଟରେ ଯାଇ
ଦେଖି ବ୍ରହ୍ମାଣ୍ଡର ଛବି
ବିଶ୍ବ ଜନତାଙ୍କୁ ଦେଖାଇ ଦେବ ସେ
ନବ ଦିବସର ରବି।
ଗୁରୁପଦ ଲଭି ଜ୍ଞାନକୁ ବିତରି
ଅଜ୍ଞାନ କରିବ ଦୂର
ନିଜ ଦୁଃଖ ଭୁଲି ଅପରେ ଆନନ୍ଦ
ଦେଇପାରେ ଯିଏ ବର।
ଇଛାଟି ମୋହର ଅଲଗା ପ୍ରକାର
ଭଲ ମଣିଷ ମୁଁ ହେବି
ପର ଦୁଃଖେ ଦୁଃଖି ପର ସୁଖେ ସୁଖୀ
ସ୍ବାର୍ଥ ମୋର ବଳି ଦେବି।
