STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଭଲ ମଣିଷଟେ ହେବି

ଭଲ ମଣିଷଟେ ହେବି

1 min
114

କିଏ ଚାହେଁ ହେବ ଡାକତରଟିଏ

କରିବ ରୋଗୀଙ୍କ ସେବା

ଇଞ୍ଜିନିୟରଟେ ହେଲେ ପୋଲ,ଡ଼୍ୟାମ

କୋଠାବାଡ଼ି ବନାଇବା।

ସଇନିକ ହୋଇ ସୀମା ପାଶେ ରହି

ଦେଶ ରକ୍ଷା କରୁଥିବ

ତ୍ରିରଙ୍ଗା ପତାକା ଗଗନରେ ଉଡ଼ି

ବାଣ୍ଟୁଥିବ ବଇଭବ।

ନେତାଟିଏ ହୋଇ ଦେଶ ଜନତାଙ୍କ

ଦୁଃଖେସୁଖେ ହେବ ସାଥୀ

ଶିଳ୍ପୀଟିଏ ହେଲେ ପାଷାଣ ଦେହରେ

ଆଙ୍କିବ ଜୀବନ୍ତ ମୂର୍ତ୍ତି।

ଅମଲାତନ୍ତିରୀ କରେ ଦେଶ ସେବା

ଆନନ୍ଦ ବିଭୋର ମନେ

ଦେଶର ପ୍ରଗତି ଉରନତ ଜାତି

ଦେଖିବ ଏ ବିଶ୍ୱ ଦିନେ।

ବୈଜ୍ଞାନିକ ହୋଇ ରକେଟରେ ଯାଇ

ଦେଖି ବ୍ରହ୍ମାଣ୍ଡର ଛବି

ବିଶ୍ବ ଜନତାଙ୍କୁ ଦେଖାଇ ଦେବ ସେ

ନବ ଦିବସର ରବି।

ଗୁରୁପଦ ଲଭି ଜ୍ଞାନକୁ ବିତରି

ଅଜ୍ଞାନ କରିବ ଦୂର

ନିଜ ଦୁଃଖ ଭୁଲି ଅପରେ ଆନନ୍ଦ

ଦେଇପାରେ ଯିଏ ବର।

ଇଛାଟି ମୋହର ଅଲଗା ପ୍ରକାର

ଭଲ ମଣିଷ ମୁଁ ହେବି

ପର ଦୁଃଖେ ଦୁଃଖି ପର ସୁଖେ ସୁଖୀ

ସ୍ବାର୍ଥ ମୋର ବଳି ଦେବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract