STORYMIRROR

Kalandi pal

Inspirational

3  

Kalandi pal

Inspirational

ଭକ୍ତରେ ମୋତେ କି ଗଣନା

ଭକ୍ତରେ ମୋତେ କି ଗଣନା

1 min
196


ଶୁଣି ଥିଲା କାନ   ଭକ୍ତ ଅଭିମାନ

   ସହି ତ ପାରନି ଜମା

କେତେ ଅଭିମାନ  କରେ ଏହି ମନ

  ଡୋରି ତୋ କେବେ ଲାଗେନା

ପ୍ରଭୁ ଭକ୍ତେ କି ମୋତେ ଗଣନା .।0।


ପାପି ତପି କେତେ ତୋର ରଥ ଯାତେ

  ଦେଖିଲେ ବାମନ ରୂପ

ହେଲେ ତୋର ଡୋରି ଲାଗିଲାନି ହରି

  ବଳି ଗଲା କି ମୋ ପାପ

ଦେଇଛୁ ସଂସାର  ଷଡ ରଜ୍ଜୁ ଯାର

   ପଡ଼ି ପାଏ ବିଡମ୍ବନା ।୧।


ତୁମେ ଏକା ସାହା  ଆହେ ଚଉବାହା

   ବହୁ ଛାୟା ତଳେ ରଖ

ଦେଏ ପଛେ ଦୁଃଖ  ଛଡାଇନେ ସୁଖ

   ଦେଖୁଥିବି ପଦ୍ମମୁଖ

ଏତିକି ସୁଦୟା   କର ପଦ୍ମ ନାହା

   ହୁଅ ନାହିଁ ଆନମନା ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational