ଭକ୍ତର ଭଗବାନ
ଭକ୍ତର ଭଗବାନ
ରତନ ପଲଙ୍କ ରତନ ବେଦୀ
ରଖିପାରେ ନାହିଁ ତୋତେରେ ବାନ୍ଧି
ଭକତର ଡାକ ଶୁଣି କଳାମୁଖ
ଭକତର ଦୁଃଖେ ହୋଇ ସମ ଦୁଃଖ
ହେଉ ଭକତ ଦରଦୀ ।
ଭକତର ଭକ୍ତି ତୋର ଅଳଙ୍କାର
ହୀରା ନୀଳା ମୋତି ମାଣିକ ଅସାର
ଶରଧାର ନଦୀ ଯା ହୃଦୟ ଭେଦି
ଭକତି ସ୍ରୋତରେ ହୋଇଯାଉ ବାନ୍ଧି
ମାୟା ନ ପାରଇ ଛନ୍ଦି ।
ହୃଦୟ ମନ୍ଦିର ସଜ୍ଜା ଯାର ଚିର
ତା ହୃଦୟେ ବାସ ଛାଡି ଶ୍ରୀମନ୍ଦିର
ସେଇ ତୋର ବେଦୀ ରତନର ବେଦୀ
ତା ଭାବେ ତୋ ଭାବ ହୋଇଯାଏ ଛନ୍ଦି
ପୁଣ୍ୟ ଭକ୍ତ ଅନ୍ତର୍ବେଦୀ ।