STORYMIRROR

Bishwaranjan Tripathy

Abstract Inspirational Others

3  

Bishwaranjan Tripathy

Abstract Inspirational Others

ଭକ୍ତକୁ ମନା

ଭକ୍ତକୁ ମନା

1 min
458



ଭକତକୁ ଆଜି ଶିରିକ୍ଷେତ୍ର ମନା

ମନା ପୁଣି ତୋର ବଡ ଦାଣ୍ଡେ

କଣ ତୁହି କଲୁ,କି ମାୟା ରଚିଲୁ,

ଭକ୍ତ କାନ୍ଦୁଥାନ୍ତି, ହାତ ରଖିଦେଇ ମୁଣ୍ଡେ ।।

ଗରୁଡ଼ ଆଗରେ ବେନି ଭୁଜ ଟେକି

ସପନ ହୋଇଲା ତୋର ଦର୍ଶନ

କଣ ତୁହି କଲୁ, କି ମାୟା ରଚିଲୁ

ଦେଖିବାକୁ ଥରେ ବିକଳ ହୁଏ ଏ ମନ।।

ଆନନ୍ଦ ବଜ଼ାରେ ଆନନ୍ଦ ସାଉଁଟା

ଆଜି ତ ସଭିଙ୍କୁ ହୋଇଛି ମନା

ହେ ପ୍ରଭୁ ତୁମ ଅଭଡ଼ା ଖଳାରେ ବସି

ଅଭଡ଼ା ଦେଖିବା ହେଲା ସାତ ସପନ।।

କୋଉଠି କାହାର ଆଜି ନଜର ଲାଗିଛି

ଭକ୍ତ,ଭଗବାନ ଦିବ୍ୟ ଓ ପାବନ ସମ୍ପର୍କରେ

ସେ ନଜରକୁ କାଟି, ଆହେ ଚକା ଆଖି

ଶୀଘ୍ର ଦିଅ ଦର୍ଶନ ତୁମ ବଦଦେଉଳେ।

ଭକ୍ତ ଆଜି ଝୁରେ ତା ଭଗବାନଙ୍କୁ

ଭଗବାନ ବି ଝୁରନ୍ତି ତାଙ୍କ ଭକ୍ତଙ୍କୁ

କେବେହେବ ପୁଣି ସେ ଅପୂର୍ବ ମିଳନ

ପୁଣି ଶୁଖିବ ଭକ୍ତର ବେନି ନୟନ ।।

ଦର୍ଶନ ନପାଇ ତୋହରି କାଳିଆ

ଭକ୍ତ ଆଖିରୁ ଝରଇ ଲୋତକ

ସେ ଲୋତକ ଝରି ଓଦା କରିଦିଏ

ଭକ୍ତ ପିନ୍ଧିଥିବା ବସନକୁ।

କୋଟି ଓଡ଼ିଆର ମଉଡ଼ମଣି ତୁ

ଆବେଦନ କରେ ତୋର ପଦତଳେ

ଏ ମହାମାରୀକୁ ଦୁରେଇ ଦେଇତୁ

ପୁଣି ଦର୍ଶନ ଦେ ତୋ ବଦଦେଉଳେ।।

ହେ ପ୍ରଭୁ ଶୀଘ୍ର ଚଳ ଚଞ୍ଚଳ ହେଉ ତୁମ ବଡ ଦାଣ୍ଡ,

ପୁଣି ଆନନ୍ଦ ବଜ଼ାର, ଓ ମହୋଦଧି କୁଳ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract