ଭକ୍ତିରେ ନିବିଡତା
ଭକ୍ତିରେ ନିବିଡତା
ଭକ୍ତ ସଙ୍ଗେ ଭକ୍ତି ଯୁକ୍ତ ନିବିଡତା
ମନର ଭାବକୁ ଧରି
ମାତା ସଙ୍ଗ ପୁତ୍ର ବାତ୍ସଲ୍ୟ ବନ୍ଧନ
କେହି ପାରେ ନାହିଁ ଚିରି ।
ପଥ ରାହା ସିନା ଦୂରତା ମାପରେ
ଅମାପ ମାତାର ସ୍ନେହ
ପୁତ୍ରର ନୀରବ ଚହଲାଇ ଦିଏ
ଏଇ ତ ନିବିଡ ମୋହ ।
ଧନ ଜନ କିବା ବଳିର ଉତ୍ସର୍ଗ
ମାତାର କାମନା ନୁହେଁ
ତା ଠାରୁ କିଏ ସେ ଦାନଶୀଳା କୁହ
ଭରଣ କରିବ ସିଏ ।
ଯେହ୍ନେ ଅଜାଚିତେ ଧାରାଧର ବର୍ଷେ
ମେଦିନୀ ସନ୍ତୋଷ ତୃପ୍ତ
ସେହି ରୂପେ ମାତା ଆଶିଷ ବରଷେ
ଦୀର୍ଘାୟୁ ବର୍ଦ୍ଧକ ସୁତ ।
ଧ୍ୱାନ୍ତାରି ସଦୃଶ ପ୍ରଜ୍ୟୋଳିତ ହୁଏ
ପୁତ୍ର ପାଶେ ଶତୃ ଦେଖି
ପୂର୍ବାନୁମାନରୁ ଜ୍ଞାତସାରେ ଆସେ
ନିଜକୁ ପାରେନା ରଖି ।
ମାଟି କି ପାଷାଣ ଭାବିଲେ ମା'କୁ
ଲଭିବ କି ତୁମେ ପୂଣ୍ୟ
ଭାଲପଟେ କିବା ପୂର୍ଣ୍ଣଚାନ୍ଦ ଉଇଁ
କରିବ ତୁମକୁ ଧନ୍ୟ ।
ଅତି ପବିତ୍ରତା ସତୀ ସାଧ୍ୱୀ ମାତା
ଅମ୍ବିକା ଗଉରୀ ଉମା
ସଂକଳ୍ପ କରିଲେ ଖୁସି ଉପଲଭ୍ୟ
ତମିସ୍ର ହୁଅଇ ଚୁନା ।
ଦୂର ରାଇଜରୁ ପୁତ୍ର ଯଦି ଆସେ
ମାତା ମନ ଧ୍ୱଳିଧ୍ୱଜ
ସେହି ସମୀରଣେ ଉଚ୍ଚୈଶ୍ରବା ଅଶ୍ଵ
ତୁରନ୍ତ ମିଷ୍ଟାନ୍ନ ସଜ ।
ମାତା ମନ ପରା ଉଛୁଳା ନଈଟେ
ସେନେହେ ପ୍ଲାବିତ କୂଳ
ପ୍ରଭାତୀ ଚିନ୍ତଇ ସୁଧା ଝର ସେତ
ଲଂଘି ଯାଏ ଯେତେ ବଳ ।
