Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Keshab Chandra Dash

Classics

3  

Keshab Chandra Dash

Classics

:ଭକ୍ତିରେ ହେବି ମୁଁ ବଶ:

:ଭକ୍ତିରେ ହେବି ମୁଁ ବଶ:

1 min
148


ପୂଜାରେ ସନ୍ତୁଷ୍ଟ ହୋଇ ମହାଲକ୍ଷ୍ମୀ

ଆସି ହୋଇ ହରବର

ଘରଣୀଙ୍କୁ ହସି କହିଦେଲେ ସିଏ

କହ କି ମ।ଗୁଛ ବର ।


ମାଁ କଥାଶୁଣି ଘରଣୀ ଆମର

କହିଲେ ମନର କଥା

ଏକା ନିଃଶ୍ୱାସରେ ଗାଇଦେଲେ ସିଏ

ଯାହାଥିଲା ମନେ ବ୍ୟଥା।


ଭାବିଦେଲେ ସିଏ ମାଙ୍କୁ ମୋହର

ସବୁକିଛି ଗୁହାରିବି

ତାର ଦୟା ହେଲେ ସଂସାରର ସବୁ

ସୁଖ ଯେତେ ପାଇଯିବି।


କହିଲେ ମାଲୋ ସବୁବେଳେ ମୋର

ହାତଟା ରହୁଛି ଖାଲି

ଖାଲି ପେଟରେ ମୁଁ କିପରି କରିବି 

ତତେ ମାଗୋ ଜପାମାଳି।


ଆୟଠାରୁ ବ୍ୟୟ ଅଧିକ ହେଲାଣି

କଷ୍ଟରେ ଯାଉଛି ଦିନ

ଅର୍ଥ ନାହିଁ ବୋଲି ସବୁଠାରେ ମୁହିଁ

ହେଉଅଛି ହୀନିମାନ ।


ନୂଆଁ କୋଠାଟିଏ କରିବି ବୋଲି ମୋ

ମନ ହେଲାଣି ଉଚ୍ଛନ୍ନ

ଖାଇବା ଦରବ ସଙ୍ଗେ ଅଳଙ୍କାର

କିଣିବି ମୁଁ ଭିନ୍ନ ଭିନ୍ନ।


ଦେବୁ ଯଦି ବର ମାଗୋ ତୁହି ମତେ

ଦେ ରୂପା ଟଂକା ସୁନା

କୋଠାବାଡ଼ି ଧନ ସମ୍ପତ୍ତି ଦେଇ ଦେ

ନ କରି ତୁ ମତେ ମନା।


ତୋର ଦୟାବଳେ ଏ ଦୁଃଖ ଦାରିଦ୍ର୍ୟ

ସଦା ମୋର ଚାଲିଯାଉ

ରାଜ ଐଶ୍ୱର୍ଯ୍ୟର ସୁଖ ଭୋଗ ମୁଁ କରିବି

ମାଗୋ ତୋର ଜୟ ହେଉ।


ସବୁକଥା ଶୁଣି ମାଆ ହସିଦେଲେ

ପୂଜାରେ ରଖିଛୁ ସ୍ବାର୍ଥ

ସ୍ବାର୍ଥ ଥାଇ ପୂଜା ଦେଇଅଛୁ ମତେ

ହୋଇଅଛି ତାହା ବ୍ୟର୍ଥ।


ବିନା ସ୍ୱ।ର୍ଥେ ଯେବେ ଅନ୍ତର ଭିତରୁ

କରିବୁ ଯେବେ ତୁ ଭକ୍ତି 

ସବୁ ଦାରିଦ୍ର୍ୟରୁ ପାର ତୁ ହୋଇବୁ

ଭକ୍ତିରେ ପାଇବୁ ମୁକ୍ତି।


ଭକ୍ତର ମୁଁହି ସବୁବେଳେ ସଖା

କମଳ ପ୍ରିୟ କମଳା

ଭକ୍ତିର କମଳ ଅର୍ପଣ କରିଲେ

ଖୁସି ହେବି ମୁଁ ଚଞ୍ଚଳା।


ନ ମାଗିଲେ ବି ସବୁ ପାଇଯିବୁ

ପାଉଥିବୁ କେତେ ଯଶ

ମୋ ଶୁଭାଶ୍ରିବାଦ ଦେବ ସୁଖ ଶାନ୍ତି

ଭକ୍ତିରେ ହେବି ମୁଁ ବଶ।

ଭକ୍ତିରେ ହେବି ମୁଁ ବଶ ।

କେଶବ ଚନ୍ଦ୍ର ଦାଶ ,ଚିପିଲିମା

ସମ୍ବଲପୁର 



Rate this content
Log in

Similar oriya poem from Classics