STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଭକ୍ତି

ଭକ୍ତି

1 min
204

ମୁଖ ନିସୃତଃ କବିତା – ସନ୍ଥ କବୀର ଦାସ

ଅନୁବାଦ –ଡଃ ସୁବାସ ଚନ୍ଦ୍ର ରାଉତ


ମୁକ୍ତିର ଚିହ୍ନ ଭକ୍ତିର ପଥ, ସବୁ ସନ୍ଥ ଚାଲେ ପ୍ରେମେ, 

ଆଳସ୍ୟ ଯୋଗୁ ଯାଏନି ମନ, ଅନୁତାପ ଜନ୍ମେ ଜନ୍ମେ ।

ପୂଜା କର ତୁ ସମ୍ପୁର୍ଣ୍ଣ ବ୍ରହ୍ମ, ସବୁ ବିଧି ପୂର୍ଣ୍ଣ ହେବ,

ଯଦି ପୂଜିବୁ ଅନ୍ୟ ଠାକୁର, ଏହି ଜନ୍ମ ହଜି ଯିବ ।

କାମୁକ କ୍ରୋଧୀ ଲୋଭୀମାନଙ୍କ, ଭକ୍ତି କେବେ ନାହିଁ ହୁଏ, 

ଭକ୍ତି ଯେ କରେ ବୀର ତାହାର, ଜାତି ବର୍ଣ୍ଣ କୁଳ ଯାଏ ।

ଭକ୍ତିରେ ଯଦି କାମନା ଯୋଗ, ସାଧନା ନିଷ୍ଫଳ ହେବ,

କବୀର କହେ ଏ କି ସମ୍ଭବ? ନିଜେ ତ ନିଷ୍କାମ ଦେବ ।

ଜାତି ସମ୍ପର୍କ ଲାଗି ରହିଲେ, ଭକ୍ତି ରହେନାହିଁ କେବେ,

ତ୍ୟାଗି ସଂପର୍କ ହରି ଯେ ଭଜେ, ଭକ୍ତ ସେହି ବୋଲାଇବେ ।

ମାଛ ଭଲ ପାଏ ଜଳ ଏବଂ ଲୋଭୀ ଭଲ ପାଏ ଦାମ, 

ମାତା ଭଲ ପାଏ ଶିଶୁ ଏବଂ ଭକ୍ତ ଭଲ ପାଏ ରାମ ।

ଭକ୍ତିର ମାର୍ଗ, ସୋରିଷ ଦଶ ଭାଗରୁ ଏକ ସମାନ, 

କିପରି ଯିବା ଆସିବା ହେବ, ନିଶାସକ୍ତ ହାତୀ ମନ । 

ସମୁଦ୍ର ମଧ୍ୟେ ଶାମୁକା ଡ଼ାକେ, ମୋତେ ବଡ଼ ଶୋଷ, ଶୋଷ, 

ସାଗର ଜଳ ପିଏନି କେବେ, ଆକାଶ ଜଳକୁ ଆଶ ।

କବୀର ଧନ୍ୟ ମାତା ପୁତ୍ରର, ଯିଏ ଦିଏ ରାମ ଡାକ, 

ସେ ମାତା ସଙ୍ଗେ ତୁଳନା କଲେ, ବାକି ନାରୀ ଅପୁତ୍ରିକ ।

କବୀର, ମୁଁ ତ ରାମଙ୍କ ଶ୍ୱାନ, ମୋତିଆ ନାମ ମୋ ଥାଏ,

ଗଳାରେ ମୋର ଶ୍ରୀରାମ ପଟି, ଯୁଆଡେ଼ ଟାଣେ ମୁଁ ଯାଏ ।

କବୀର ଡରୁ କାହିଁକି ସୃଷ୍ଟି କର୍ତା ତୋ ମଥା ଉପର, 

ହାତି ଉପରେ ଚଢ଼ିଲେ କେହି କୁକୁର ଭୁକେ ହଜାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics