STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଭକ୍ତି ହିଁ ଶକ୍ତି

ଭକ୍ତି ହିଁ ଶକ୍ତି

1 min
340


ଭାବର ଠାକୁର ନାଥ ଜଗତର

   କି ଭାବେ ହେବି ତୋହର

ନାହିଁ ଜ୍ଞାନ ମୋର କର୍ମ ମହାନର

   ଜାଣେନି ତପ ଧ୍ୟାନର ll


ଅନ୍ତର ବେଦନା ମନର ଭାବନା

   ପ୍ରକାଶ କରଇ ମୁଇଁ

ଧନ୍ୟବାଦ ପ୍ରଭୁ ତୁମେ ମହାପ୍ରଭୁ

    ମଣିଷ ଜନମ ଦେଇ ll


ଚିନ୍ତେ କଳ୍ପନାରେ  ମନ ହୃଦୟରେ

    ସୃଷ୍ଟିର କରତା ଗାଥା

ସର୍ବ ଶକ୍ତିମାନ ସର୍ବ ବିଦ୍ୟମାନ

    ବୁଝିକି ନୁଆଁଏ ମଥା ll


ଜ୍ଞାନ ବିଜ୍ଞାନରେ  ଧର୍ମ ପାଣ୍ଡିତ୍ୟରେ

   ଜାଣିବା ସହଜ ନୁହେଁ

ତର୍କ ବିତର୍କରେ  ଅନ୍ଧ ବିଶ୍ୱାସରେ

   ସାନ୍ନିଧ୍ୟ ସମ୍ଭବ ନୁହେଁ ll


ମହାକର୍ଷଣୀୟ  ଅଦ୍ଭୁତ ନିୟମ

   ନାହିଁ ଡୋର ଘୂରେ ମହୀ

ଅଦୃଶ୍ୟ ଶକ୍ତିର ପ୍ରଭୁଯେ ଆଧାର

   ଭକ୍ତିର ତୁଳନା ନାହିଁ ll


ଭକ୍ତି ଅଟେ ଶକ୍ତି ଭକ୍ତି ଅଟେ ଗତି 

    ଭକ୍ତି ବିନା ନାହିଁ ଶାନ୍ତି

ଭକ୍ତି ପାଇଁ ମୈତ୍ରୀ ଭକ୍ତି ବାନ୍ଧେ ପ୍ରୀତି

    ଭକ୍ତି ବଳେ ଶିବ ପ୍ରାପ୍ତି ll


ଭକ୍ତି କରି ଭକ୍ତ ପାଏ ଆଶୀର୍ବାଦ

    ଆତ୍ମ ନିବେଦନ ଭକ୍ତି

ଭାବର ଠାକୁର ଭକ୍ତକୁ ନିଜର

    ଭକ୍ତିରେ ଦିଅନ୍ତି ମୁକ୍ତି ll



Rate this content
Log in

Similar oriya poem from Classics