Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

3  

Sarojini Mishra

Classics

ଭକ୍ତି ଅର୍ଘ୍ୟ- ୧

ଭକ୍ତି ଅର୍ଘ୍ୟ- ୧

1 min
130



ପ୍ରେମ ପରିଭାଷା ବୁଝାଇବା ପାଇଁ

ଧରାବତରଣ କଲ

ସେ ପ୍ରେମ ରଙ୍ଗରେ ରଙ୍ଗାୟିତ ହେବ

ପୃଥିବୀ ଯେ ଭାବିଥିଲ ।


ହେ ରାଧାମୋହନ କଷ୍ଟ ହୁଏ ଆଜି

ପ୍ରେମ ଧାରା ବଦଳିଛି

ପ୍ରେମ ସ୍ରୋତ ଆଜି କଳୁଷିତ ହୋଇ

ଦିଗ ବଦଳି ଦେଇଛି ।


ପ୍ରେମର ଅର୍ଥକୁ କଦର୍ଥ କରି ଯେ

ରାଧା କୃଷ୍ଣେ ଟାଣି ଆଣେ

ଚିର ଶାଶ୍ଵତ ସେ ପ୍ରେମର ଧାରା ଯେ

ଅବକ୍ଷୟ ସ୍ରୋତେ ଭାସେ ।


ହେ ରାଧା ମାଧବ ଆସ ଅବତରୀ

ଆଉ ଥରେ ଧରା ଧାମେ

ପ୍ରେମର ଶାଶ୍ଵତ ପୂଣ୍ୟର ଗାଥାକୁ

ଦୋହରାଇ ଦିଅ ବାରେ ।

 



Rate this content
Log in

Similar oriya poem from Classics