ହେ ଶ୍ରୀହରି ଯେତେବେଳେ ମୁଁ ହଜିଛି
ହେ ଶ୍ରୀହରି ଯେତେବେଳେ ମୁଁ ହଜିଛି
ବେଳେବେଳେ ହଜିଯାଉ କେଉଁ ଦୂର ତାଳ ବଣେ
ସମ୍ପୂର୍ଣ୍ଣ ପୁରା ଏକୁଟିଆ ପଣେ ,
କଣ କରିବା ସତେ ଭାବି ପାରେନି ମନେ ,
ଅନେକ ହଁ ନାହିଁ ର ଦ୍ଵନ୍ଦ ଯୁଦ୍ଧର କଷଣେ ।
ମୁଁ ନାହିଁ ବେଳେବେଳେ ଅନୁଭବ କରେ ,
ରାସ୍ତା ଖୋଜିବି ପାରେନି ସଠିକ୍ ଦିଶାରେ,
ଅନେକ ଇଚ୍ଛା ଅନିଚ୍ଛା ର ଅହରହ ମଲ୍ଲ ଯୁଦ୍ଧରେ ,
ଆନ୍ଦୋଳିତ ମନ ବିଚଳିତ ତନ ମଧ୍ୟରେ ।
ବସେ କେବେ ଭରସା ହରାଇ ,
ପୁଣି ଅଣ୍ଟ।ଭିଡ଼େ ବିଶ୍ୱାସ ସାଉଁଟିବା ପାଇଁ ,
ଅହରହ ଧାବମାନ ହୁଏ ସଠିକ୍ ଦିଗ ଖୋଜିବା ପାଇଁ ,
ଶେଷରେ ତୁମକୁ ପାଇଛି ହେ ଜଗନ୍ନାଥ ଉତ୍ତର ପାଇଁ ।
ଅନେକ ପ୍ରଶ୍ନର ଉତ୍ତର ଖୋଜିବା ଚେଷ୍ଟାରେ ,
ଶରଣାଗତ ଆଜି ସମ୍ପୂର୍ଣ୍ଣ ସମର୍ପିତ ଭାବରେ ,
ମୋ ତନ ମନ କାୟା ବାକ୍ୟରେ ,
ଏବଂ ଗଭୀର ବିଶ୍ୱାସ ସହ ଅନ୍ତରରେ ।
ଶେଷରେ ଆଜି ମୁଁ ମାନି ବସିଛି ,
ମୁଁ କେବେ ଏକା ନୁହଁ ତୁମକୁ ପାଖେ ମୁଁ ପାଇଛି ,
ତୁମେ ସେହି ଯିଏ ଶରଣାଗତକୁ କଣ ଛାଡିପାରିଛି
କେବଳ ବିଶ୍ୱାସ ଅହଂ ଶୁନ୍ୟ ଭାବ ଦରକାର ଯାହା ମୁଁ ପାଇବାକୁ ସଂକଳ୍ପ କରୁଛି ।