କରୁଣା ସାଗର ପ୍ରଭୁ ହେ
କରୁଣା ସାଗର ପ୍ରଭୁ ହେ
କରୁଣା ସାଗର ପ୍ରଭୁ ହେ ଘେନ ମୋର ଗୁହାରୀ
କୃପାର ବାରିଧି ଢାଳିଦିଅ ତୁମରି
ତୁମ ବିନା ମୁହିଁ ଅତିହୀନ ପୁଣି ଏକ କ୍ଷୁଦାର୍ତ୍ତ ଭିକାରୀ
ମାଗିଲାଠୁ ଅଧିକ ଦେଇଛ ହେଲେ କେବେଦେବ କୁହ ତୁମ ଛଅଖଣ୍ଡକାଠ ସଵାରୀ।
ତୁମକୁ ନପାଇ ପ୍ରଭୁ ହେ ଆହେ ମୋକଳା ସାଆନ୍ତେ
ଆଜି ପ୍ରତିକ୍ଷଣେ ଜଳିଜଳି ପୁଣି ମୁ ଯେକାନ୍ଦେ
ବର୍ଷାବିନା ଯେମିତି ଜଳବିନ୍ଦୁ ଖୋଜି ହୁଅନ୍ତି ନିଦାଘେ
ତୁମ ଦର୍ଶନ ଅଭିଳାଷା ମୋତେ ଆଜି ସେ ତୃଷ୍ଣା ଠୁ ବେଶି ବାଧେ।
ବହୁଦିନୁ ଦେଖିନାହିଁ ତୁମ ଶ୍ରୀ ରଙ୍ଗ ଅଧର
କୁହକେବେ ଡୋରୀ ବାନ୍ଧି ଟାଣି ନେବ ଶ୍ରୀକ୍ଷେତ୍ର ତୁମର
ତୁମ ସେ ଖିଲିଖିଲି ନାଲିଆ ହସ ନଦେଖି ମନେ ଅନେକ ଦୁଃଖଭାର ।
କୁହ କେବେ ଖୁଆଇବ ନେଇକି ତୁମ ଅବଢ଼ା କୈବଲ୍ୟ ଦେଇମୁକ୍ତିର ଉପହାର।
ପାଖେ ସବୁଥାଇ କାହିଁ ଏତେ ମୁଁ ରୁହେ ଉଦାସ,
ତୁମେ କଣ ନଜାଣ କି ତୁମକୁ ନ ଦେଖିଲେ ଲାଗେନି ମୋର ନିଃଶ୍ୱାସ
ହୋଇ ପାରିବିନି ଦାସିଆ କି ଧ୍ରୁବ ଅବା ପ୍ରହଲ୍ଲାଦ ଏ ମୋବିଶ୍ୱାସ
କିନ୍ତୁ ତୁମେ ଚାହିଁଲେ କରିନେବ ମୋତେ ତୁମ ଦାସାନୁଦାସ ।
ନୁହଁ ମୁ ଭକ୍ତ ବଳରାମ କେତେ ବଡ଼ଭକ୍ତ ସେ ସତେ
ମାନ ରଖିବାକୁ ତାଙ୍କର ତୁମେ କରିଲ ପୁଣି ବାଲି ରଥେ ବିଜେ
ନୁହେଁ ମୁଁ ତୁମ ଯାଜପୁରିଆ ବନ୍ଧୁ ହେ ବିଶ୍ୱସାଆନ୍ତେ
ଭାବଗ୍ରାହୀ ତୁମେ ବନ୍ଧୁଭୋକ ବୁଝି ବନ୍ଧୁ ବୋଲିଡାକି ନିଜ ଛପନ ଭୋଗକୁ ଆଣି ଦେବ ନିଜ ହାତେ ।
ମୁ ନୁହେଁ ବି ତୁମ ସେଇ ଯବନ ଭକ୍ତଙ୍କ ପାଦଧୂଳି ସମ
ତୁମ ଭକ୍ତ ଶିରୋମଣି ସାଲବେଗ କେଡେ ସତେ ମହାନ
ଯାହାଙ୍କ ପାଇଁ ରଥ ଅଟକାଇ ଚାହିଁବ ଯେ କିଛି କ୍ଷଣ
ହେ ପତିତପାବନ ନିଅ କୋଳେଇ କିଛି ନାହିଁ ଦେବାକୁ ଯାହା ଲୁହ ଦୁଇଧାର ମୁ ଗୋଟେ ହୀନ ଦୀନ ।
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ।