ହେ ମହାବାହୁ କୁହ ଏ କି କୁହୁକ
ହେ ମହାବାହୁ କୁହ ଏ କି କୁହୁକ
ତୁମେ ମହାବାହୁ ହେ ଜଗନ୍ନାଥ ଜଗତ କର୍ତ୍ତା
ହେ ପରଂବ୍ରହ୍ମ ତୁମକୁ ଛାଡି କୁହ କାହାକୁ ଚିନ୍ତିବି ସଦା
ତୁମେ ସିନା କୁହ ମୁ ଦାରୁ ଦେବତା
ହେଲେ ତୁମେ ମୋର ପ୍ରତି କ୍ଷଣ ମୁହୁର୍ତ୍ତର ରକ୍ଷା କର୍ତ୍ତା ।
ମିଛେ କହିଦିଅ ନାହିଁ ମୋର କାନ ଶୁଣିବାକୁ ତୋ ଦୁଃଖ
ହେଲେ ଠିକ ବେଳେ ସବୁ ଶୁଣିଲା ପରି ହରିନିଅ ଦୁଃଖ
ଆଡେକୁହ ମୋର ପାଦନାହିଁ ଯିବାକୁ ତୋ ପାଖ
ହେଲେ ହାତ ଟେକି ଦେଲେ ଆଗ ଆସିଯାଅ
ଲାଗେନି ତୁମକୁ ଯେ ନିମିଷ ।
କୁହ ହାତନାହିଁ ଦେବାକୁ ତୋ ଇପ୍ସିତ ଦରବ
କିନ୍ତୁ ଭକ୍ତ ଭାବ ଲୁହେ ମହାବାହୁ ବଢେ
ବଢ଼େଇ ନିଅ ନଡ଼ିଆଏ କି ତୁମ କୁହୁକ
ପୁଣି ବନ୍ଧୁଭୋକ ବୁଝିତୁମ ଯାଜପୁର ବନ୍ଧୁଙ୍କୁ
ଛପନ ଭୋଗ ଦେଉଛ ଏ କି ତୁମ କୁହୁକ
ଆଡେ ବାଇଗଣ କିଆରୀରେ ବୁଲି ପାଟ
ପିତାମ୍ବରୀଚିରୁଛ କେମିତି ହେ କେଶବ ।
ସବୁ ପ୍ରଶ୍ନ ଦ୍ଵନ୍ଦ ସମାହିତ ତୁମରି ଗର୍ଭରେ
ଚାହିଁଦେଲେ ଥରେ ସବୁ ଆଶା ଆକାଂକ୍ଷା
ଅନ୍ତ ହୁଏ ତୁମ ଶ୍ରୀ ମୁଖରେ
ସବୁ ଭୟ ସମାହିତ ହୋଇ କେଉଁଠିଷଲୁଚିଯାଏ
ଜୟଜଗନ୍ନାଥ କହି ହାତ ଟେକିଦେଲା ପରେ
ଆଶ୍ଚର୍ଯ୍ୟ କିକୁହୁକ ସତେ ତୁମ ଚାହାଣୀରେ ।
ପୁଣି ତୁମ ଚକାଚକା ପଲକ ବିହୀନ ଚକାଡୋଳା
ଚାହିଁଦେଲେ ମଉଳାଫୁଲ ବାସେ ଆତ୍ମତୃପ୍ତିରେ
ଜୟ ଜଗନ୍ନାଥ କହିଲେ ଦୁଃଖୀ ହୃଦୟ ହସେ
କି କୁହୁକ ତୁମ ଠାରେ
ନାଲି ଅଧରେ ହସୁ ଥାଅ ଭକ୍ତ ଆଖି
ଭିଜୁଥାଏ ତୁମକୁ ଚାହିଁଲା ପରେ
ତଥାପି ଦେଖିବାକୁ ପାଗଳ କୋଟିକୋଟି ଭକ୍ତ
ଏ କି ଆକର୍ଷଣ ତୁମ ଶ୍ରୀ ରଙ୍ଗଅଧରେ ।
ଜୟ ଜଗନ୍ନାଥ ।