ମୁଁ ଯେ ମୃଗ କସ୍ତୁରୀ ଯେ ମୋ ନାଭି
ମୁଁ ଯେ ମୃଗ କସ୍ତୁରୀ ଯେ ମୋ ନାଭି
ଖୋଜୁଥିଲି ଏ ଆକାଶ ଆଉ ଜହ୍ନରେ ବିକଶିତ କାଳରୁ
କେବେ ବନ ଫୁଲରୁ ତୁମକୁ କେଉଁ ଦିନରୁ
କିନ୍ତୁ ମୂଢ଼ଜାଣି ନଥିଲି ଯେ ତୁମେ ମୋ ଅଂଶରୁ
ସୃଷ୍ଟି ଯେ ମୋର ଶରୀର ନାଭିରୁ ।
ଜାଣିଲି ମୁଁ ଏତେ ଦିନେ ପରେ
ନାହଁ ତୁମେ ଅନ୍ୟ କେଉଁ ଆଡରେ
ଅଛ ଯୁଗ ଯୁଗ ଧରି ଅବସ୍ଥିତି ମୋ ଶରୀରରେ
ମୋ ନାଭି ମୋ ଦେହ ମନ ମୋ ଆତ୍ମାରେ ।
ଦିନେ ପୁଣି ମୋର ଅନ୍ତ ପରେ
ତୁମେ ଲାଗିବ ପ୍ରଭୁଙ୍କ ସେବାରେ
ହେବ ବ୍ୟବହୃତ ମୋ ଅପବିତ୍ର ଶରୀର ନାଭିରୁ ଯିବାପରେ
ଭଗବାନ ଶ୍ରୀଜଗନ୍ନାଥଙ୍କୁ ସୁବାସ ଯୋଗାଇବାରେ ।
ଏକ କସ୍ତୁରୀମୃଗ ମୁଁ କସ୍ତୁରୀ ଯେ ତୁମେ
ଅଟ ମୋର ପ୍ରିୟତମ ଯେ ତୁମେ
ତୁମ ସୁଗନ୍ଧିରେ ମୁଁ ଯେ ସୁବାସିତ ଏ ଜନ୍ମେ
ଶ୍ରୀ ବିଷ୍ଣୁଙ୍କୁ ପୂଜାରେ ଲାଗିକି ମୁକ୍ତି ଲଭିବି ଏ ପଶୁ ଜନ୍ମେ ।