ହେ ମହାବାହୁ କେମିତି ରଙ୍ଗ ଅଧରେ
ହେ ମହାବାହୁ କେମିତି ରଙ୍ଗ ଅଧରେ
ହେ ମହାବାହୁ ଜୀବନ ଜଞ୍ଜାଳ ଅତୀବ କଷ୍ଟକର
ତୁ କି ନ ଜାଣୁ ଶହେଟି ପ୍ରୟାସେ ମିଳେ ଥରେ ପୁରସ୍କାର
ଏତେ କଷ୍ଟରେ ବି ତୋତେ ଡାକିଲେ ତୁ ବି ହୋଇ ନିଷ୍ଠୁର
ହସିଦେଇ ରହିଯାଉ ନ ଶୁଣି ଦୁଃଖ ମୋର ।
ଷାଠିଏ ପଉଟି ସଦା ଖଞ୍ଜା ଯେ ପାଖେ ତୋର
ତୁ କାହିଁକି ବଝିବୁ ଆଖିରୁ ଝରୁଛି କାହିଁକି ମୋ ଲୁହ ଧାର ଧାର
ତୁ ତ ଶୋଉଛୁ ସରଗ ନିଦ୍ରାରେ ରତ୍ନ ପଲଙ୍କରେ ତୋର
କେମିତି ଶୁଭିବ ଦୁଃଖିର ଆକୁଳ ନିଵେଦନର ଚିତ୍କାର ।
ଚନ୍ଦନ ସାଙ୍ଗକୁ ଚାପହୁଏ ନିଦାଘ ବେଳେ ବଡ଼ ଦେଉଳରେ
ତୁ କେମିତି ବୁଝିବୁ କେତେ ଯେ କଷ୍ଟ ମୋ ଭଙ୍ଗା ଚାଳଘର ଗୀଷ୍ମରେ
ଘିଅ ପଖାଳ କୁ ଅନେକ ବ୍ୟଞ୍ଜନ ପରଷା ତୋ ଆଗରେ
ତୁ କେମିତି ବୁଝିବୁ କେତେ ହୁଏ କଷ୍ଟ ମୋତେ ଶୋଇଲେ କ୍ଷୁଧାରେ ।
ମହାବାହୁ ହେ ମହାବାହୁ
ହୀନିମାନ ହୁଏ ଏ ଜୀବନ ଦାରିଦ୍ର୍ୟତା ଯେ ସାଜୁଛି ସଦା ଦାଉ
ଲୁହ ନଈରେ ମୋତେ ତୁ କେତେ ଯେ ବୁଡାଉ
ହେ ମହାବାହୁ ଲୁହ ନ ପୋଛି ତୁ କେମିତି କହ ରଙ୍ଗ ଅଧରେ ହସିଦେଉ ।