STORYMIRROR

Sunanda Mohanty

Abstract Inspirational

3  

Sunanda Mohanty

Abstract Inspirational

ଯାହା ରହିବ ସବୁଦିନ

ଯାହା ରହିବ ସବୁଦିନ

1 min
122


ନିଜ ଚାରି ପାଖେ ଏତେ ଜହ୍ନ

ଥାଇବି କାହିଁ ଦେଖୁଛି ଆକାଶେ ଜହ୍ନ

କଣ ଅଛି ତା ପାଖେ ଛଡା କଳଙ୍କ ଚିହ୍ନ

ଏମିତି ଏ ମଣିଷର ଭାରି ଅବୁଝା ମନ।

ପାଖେ ଥିବା ଜହ୍ନ ସବୁରେ ବୁଝୁନି ଜୀବନ

ଏଥିପାଇଁ ଦୁଃଖ ଆସେ ବି ଦୈନ୍ୟ

ଯାତନାର ଜଉଘରେ ଦିଶେ ମଲାଜହ୍ନ

ଛଟପଟ ହୁଏ ମନ ଦେଖିବାକୁ ନୀଳ ଜହ୍ନ।

ଯାହାର ତିଳେ ନାହିଁ ମାୟା ମୋହ ହୀନ

ଏମିତିକି କୁହାଯାଇପାରେ ହୃଦୟହୀନ

ତଥାପି ସୁନ୍ଦର ଦୁର ଆକାଶ ଜହ୍ନ

ପାଖେଥିବା ଉଛନ ମନମାନେ ଏତେ ହୀନ ।

ଝୁରି ଝୁରେ ଏଇ ମନ ଯିଏ ହୃଦୟହୀନ

ଆରେ ମନ ବୁଝିଯା ପାଖେଥିବା ଜହ୍ନରମନ

ଜୀବନରେ ନଥିବ ଦହନ

ହୃଦୟରେ ବିକଶିତ ହେବ ଜହ୍ନ ସବୁଦିନ ।

ଚକାଜହ୍ନ ମନଜାଣି ଦେବେ ଧନ ଜନ

ବାଇଆ ବାତୁଳ ହୁଅନା ଦେଖି ଅନ୍ୟ ଧନ

ନୀଳକଇଁ ନୀଳବିଷ ପି ଦେବ ଜହ୍ନ

ହେବ ଯଦି ଆଉ କାହା ଧନ ଜନ ମନ ।

ଅକାରଣେ ଲିଭିବ କା'ର ଅମୂଲ୍ୟ ଜୀବନ

ଭରସା ରଖ ପାଶେ ଚକାନୟନ

ଠିକ ଠାକ୍ ଚାଲିବ ଏ ଅଢେଇ ଦିନ

ଧନ ମନ ଯୌବନ ଉର୍ଦ୍ଧରେ ହେବାକୁ ବିଦ୍ୱାନ

ହେଉ ଚିନ୍ତା ଚେତନ ଓ ଚୈତନ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract