STORYMIRROR

Dr.Soumya Ranjan Khatua

Abstract Classics Inspirational

3  

Dr.Soumya Ranjan Khatua

Abstract Classics Inspirational

କାଗଜରେ ବିଦ୍ୟମାନ ଯେ ସେ

କାଗଜରେ ବିଦ୍ୟମାନ ଯେ ସେ

1 min
176

କାଗଜ ରେ ବିଦ୍ୟମାନ ଯେ ସେ

ପୁଣି ସ୍ୟାହିରେ ଦୃଶ୍ୟମାନ ବି ସେ

କବି ମନ ମନ୍ଦିରେ ପୂଜିତ ସେ

ଆଖି ପଲକ ବୁଝିଲେ ଦୃଶ୍ୟମାନ ହେଉଛନ୍ତି ଯେ ସେ ।


ସେ କବି ଭାବନାରେ ଅଙ୍କୁରିତ ବୀଜରେ ବି ସେ

ସେ ମହା ଲେଖାକାର ଯେ

ତାଙ୍କ କୃପା ବର୍ଷାରୁ ବାଲି ରେଣୁ ଠୁ ହୀନ କବି ମନେ ବିଦ୍ୟମାନ ହୁଅନ୍ତି ଯେ ସେ

ପୁଣି ତା କଲମ ଛାତିରୁ ନିଗିଡା ସ୍ୟାହିରେ ବି ସେ ।


ଆଉ ବା କି କହିବି ସେଇ ମହାପ୍ରଭୁ ସବୁଠି ବିଦ୍ୟମାନ ଯେ ତେଣୁ ଶ୍ରେୟରେ ବି ହକଦାର ହୋଇ ପାରିବ ଆଉ ବା କିଏସେ

ହଁ କେବଳ ଶ୍ରୀ ଜଗନ୍ନାଥ ମୋ ଶ୍ରୀ ଗୋବିନ୍ଦ ! ହଁ ସେ

ତାଙ୍କ ବିନା କବିଟିଏ ଅସ୍ଥିତ୍ୱବିହୀନ ସତ୍ତା ଯେ ।


ଜୀବନର ପଥ ସେ ପଥିକ ରୂପେ ବି

ସେ ହଁ କେବଳ ସେ ! ହଁ କେବଳ ସେ !

ମୋ ଗୋବିନ୍ଦ ଶ୍ରୀ ଜଗନ୍ନାଥ ସେ ,

ହଁ ସବୁ ଶ୍ରେୟର ହକଦାରୀ ଶ୍ରୀ ଜଗନ୍ନାଥ ଯେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract