Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr.Soumya Ranjan Khatua

Abstract Classics Inspirational

3  

Dr.Soumya Ranjan Khatua

Abstract Classics Inspirational

ତୁମେ ଯେ ଧ୍ୟାନ ମୋ ଧାରଣାଠୁ ଦୂରେ

ତୁମେ ଯେ ଧ୍ୟାନ ମୋ ଧାରଣାଠୁ ଦୂରେ

1 min
345


ହେ ଶ୍ରୀ ହରି ତୁମେ ଯେ ମୋ ଧ୍ୟାନ ଧାରଣାଠୁ ଦୂରେ

ପୁଣି ବିଜେ ପ୍ରତି ପୁରେ ପୁରେ

ଦୁବ ଦାରୁ ଅବା ଦୀନ ଧନୀର ଦେହେ

ବିଜେ ସମତୁଲ ଏକା ପ୍ରାୟେ ।


ହେ ଶ୍ରୀ ହରି ତୁମେ ତ କଳିଯୁଗରେ ଦାରୁ ବ୍ରହ୍ମ ରୂପୀ

ହୀରା ମୋତି ମାଣିକଠୁ ଢେର ଗୁଣା ତୁମ ଜ୍ୟୋତି

ହେ ପ୍ରଭୁ ! ଜଗନ୍ନାଥ ଜନାର୍ଦ୍ଦନ ଜଗତପତି

ତୁମେ ସକଳ ଆଶାର ଯେ ଗତି ।


ହେ ଗୋବିନ୍ଦ ଶ୍ରୀକେଶବ ହେ ଶ୍ରୀକୃଷ୍ଣ ମୋ ଜୀବନ ଧନ

ହେ କଳାକାହ୍ନୁ ନନ୍ଦ ଯଶୋଦା ନନ୍ଦନ

ଗୋପପୁର ବାସୀଙ୍କର ଅମୂଲ୍ୟ ରତନ

ଭକ୍ତ ଇଚ୍ଛା ପୂର୍ଣ୍ଣ ପାଇଁ ହେଲ ତୁମେ ଦେବକୀ ବସୁଦେବଙ୍କ ଅଷ୍ଟମ ନନ୍ଦନ ।


ହେ ଗିରିଧାରୀ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଗଞ୍ଜନ

ଇନ୍ଦ୍ରଙ୍କ କୋପୁ ରକ୍ଷାକଲ ଗୋପବାସୀଙ୍କୁ ଗୋବର୍ଦ୍ଧନ କରି ଧାରଣ

ହେ କେଶବ ମା ଶ୍ରୀ ରାଧେଙ୍କ ପ୍ରାଣ

ତୁମେ ପୁଣି ମୀରାଙ୍କ ଭଜନ ।


ହେ ଯମୁନାର ମାନ ତୁମେ ତ କଂସ ମୋକ୍ଷର କାରଣ

ହେ ଦୁଃଖୀର ନୟନ ଭକ୍ତର ସ୍ପନ୍ଦନ

ତୁମେ ଦେବୀ ଦ୍ରୌପଦୀଙ୍କ ବିଶ୍ୱାସ ପୁଣି ଯେ ମାନ

ହେ ଜଗନ୍ନାଥ ଭରି ଦିଅ ମାନବ ମନେ ତୁମ ଭକ୍ତିର ଦିବ୍ୟ ଜ୍ଞାନ

ଜୟ ଜଗନ୍ନାଥ ।


Rate this content
Log in