Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Abstract Classics Inspirational

3  

Dr.Soumya Ranjan Khatua

Abstract Classics Inspirational

ନିରାଶ୍ରୟ ଏକ ମୁଁ !ରକ୍ଷାକର ହେ

ନିରାଶ୍ରୟ ଏକ ମୁଁ !ରକ୍ଷାକର ହେ

1 min
220



ହେ ନୂତନାମ୍ବୁ ଧରଚାରୁ ମୂର୍ତ୍ତି ,

ହେ କୁନ୍ତୀ ପଞ୍ଚ ତନୟା ବହନ୍ତି ,

ହେ ବିପ୍ର ଦାମୋଦର ମୁକ୍ତି ଦାତା ହେ ଲକ୍ଷ୍ମୀକାନ୍ତ ଜଗତପତି ,

ହେ ଜଗନ୍ନାଥ ଦୁଃଖୀ ଦୁଖଃହାରୀ ତୁମଠି କରୁଛି ମିନତି ।


ହେ ବ୍ରମ।ଣ୍ଡକାରୀ ପ୍ରାଣତାମ୍ବୁ ଜାକଃ ହେ ବାସୁଦେବ ,

ହେ ଦ୍ରୌପଦୀ ଦୁଃଖ ନାଶକାରୀ ହେ କେଶବ ,

ହେ ଅନାଥବନ୍ଧୁ କରୁଣେଇକ ସିନ୍ଧୁ ମୋତେ ଶରଣେ ରଖିବ ,

ହେ ଜୟ ଜଗଦୀଶ ମୁରଲୀଧାରୀ ମୁଁ ଯେ ଏକ ନିରାଶ୍ରୟ ଖୋଜେ ଆଶ୍ରୟ ତୁମ୍ଭ ।


ହେ ସୁରମ୍ୟ ରାଜୀବ କୁଦଳାୟ ତାକ୍ଷ ହେ କାମକାମୀ ବ୍ରତ କାମ ଚାରି ,

ହେ କୃଷ୍ଣ ହେ ବିଶ୍ୱ ନିନାଦ ବିଷ୍ଣୁ ହେ ଦେବକୀ ମାନସ କୌରବେନ୍ଦ୍ର ଶ୍ରୀ ହରି ,

ହେ ଶ୍ୟାମ ହେ ରିଷ୍ଟ କମୁର୍କଦେବ ହେ ଦୁଃଖୀ ଦୁଃଖ ହାରୀ ,

ହେ ବେଣୁଧାରୀ କମନୀୟ ରୂପ ହେ ଚକ୍ରଧାରୀ ।


ହେ ଗୋକୁଳର କ୍ଷଣ ଗୋପୀନାଥ ଗୋପାଳ ଗୋପୀ ପ୍ରାଣ ବନ୍ଧୁ ,

ମାତା ଯଶୋଦା ହୃଦୟଚନ୍ଦ୍ର ହେ କୃଷ୍ଣ ଗୋବିନ୍ଦ ହରେ ମୁରାରୀ 

ହେ ନାଥ ନାରାୟଣ ବାସୁଦେଵ ହେ ଜଗବନ୍ଧୁ ,

ହରେ ମୁରାରେ ମଧୁ କୈଟବ ଭାରେ ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ ହେ ମୋକ୍ଷ ଇନ୍ଦୁ ,

ନିରାଶ୍ରୟ ଏକ ମୁଁ ରକ୍ଷାକର ହେ ଯଜ୍ଞନାରାୟଣ ଶ୍ରୀକୃଷ୍ଣ ହେ ଶ୍ରୀବିଷ୍ଣୁ ।


Rate this content
Log in

Similar oriya poem from Abstract