ମୁଁ ଦ୍ରୌପଦୀ
ମୁଁ ଦ୍ରୌପଦୀ
ପାଞ୍ଚାଳ ରାଜକନ୍ୟା ଦ୍ରୌପଦୀ ମୁଁ ଦ୍ରୁପଦ ସୁତା
ଜନ୍ମି ଅଗ୍ନୀରୁ ହେଲି ବୋଲି ମୁଁ ଅଗ୍ନି ଶମ୍ଭୁତା
ଜନ୍ମରୁ ଶ୍ରୀକୃଷ୍ଣଙ୍କୁ କରିକି ସଖା ହେଲି ଶ୍ରୀପୟରେ ସମର୍ପିତା
କୃଷ୍ଣା ଦ୍ରୌପଦୀ ସୌରେନ୍ଧ୍ରି ପାଞ୍ଚାଳି ଯାଜ୍ଞଶେନି ନାମେ ପରିଚିତା ।
ଜ୍ୟେଷ୍ଠ କୁନ୍ତୀ ପୁତ୍ର ରାଧେୟଙ୍କୁ ସୁତପୁତ୍ର କହି ସ୍ୱୟଂମ୍ବରେ କଲି ଅପମାନ
ପୂର୍ବ ଜନ୍ମ ଅଭିଶାପ ଯୋଗୁ ମିଳିଲା ପାଞ୍ଚ ପତିଙ୍କ ପତ୍ନୀ ହେବା ସ୍ନମ୍ମାନ
ପାଞ୍ଚ ପତିଙ୍କ ମଧ୍ୟେ ପ୍ରିୟ ସବୁଠୁ ମୋ ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ
ପୁଣି କୃଷ୍ଣା ବୋଲି ଶ୍ରୀ କୃଷ୍ଣ ଭଗିନୀଙ୍କୁ ଶପତଣୀ ନୁହେଁ ନିଜ ଭଗିନୀର ଦେଲି ମାନ ।
ଭାଗ୍ୟ ଯୋଗେ ପାଞ୍ଚ ପାଣ୍ଡବଙ୍କ ଶଯ୍ୟା ସଙ୍ଗିନୀ ସାଜିଛି ମୁଁ
ତଥାପି ପାଞ୍ଚ ପାଣ୍ଡବଙ୍କ ପାଞ୍ଚ ପୁତ୍ର ଜନ୍ମ ଦେଇ ଜନନୀ ପାଞ୍ଚପୁତ୍ରର ମୁଁ
ପ୍ରତି ଥର ଅଗ୍ନି ସ୍ନାନେ ମୋ ଶରୀର ପବିତ୍ର ସେ ପବିତ୍ରତାରେ ଥିଲି ମୁଁ
ପ୍ରତିଥର ଅଗ୍ନିସ୍ନାନେ ଭୁଲି ଯାଇଛି ସେ ଅନ୍ତରଙ୍ଗ ଜାଣନ୍ତି କେଶବ ସତୀ ଯେ ମୁଁ ।
ସ୍ୱାମୀର ସମ୍ପତ୍ତି ସ୍ତ୍ରୀ କି ନୁହେଁ ଏ ଦ୍ବିଧାରେ
ବନ୍ଧା ଯେ ହୋଇ ରହିଗଲି ପଶା ଖେଳରେ
କେଶ ମୋ ଅପମାନିତ ଦୁଃଶାସନ ହାତରେ
ସେ ଯାବତ ଥିବା ମୁକୁଳା କେଶ ଧୋଇଛି ତା ଛାତି ଲହୁରେ ।
ମୋ ଅପମାନର ସାକ୍ଷୀ ତୁମେ ହେ କେଶବ ଅନାଥର ନାଥ
ବିବସ୍ତ୍ର ବେଳେ କୁରୁସଭାରେ ସବୁଠୁ ହୋଇ ନିରାଶ ତୁମ ପାଇଁ ଟେକି ଦେଲି ହାତ
କୋଟି ବସ୍ତ୍ର ଦେଇ ରଖିଲ ମୋ ମହତ
ମନେରଖି ଶୁଝିଦେଲ ତୁମ କଷ୍ଟେ ଚିରିଥିବା ମୋ ପଣତ ।
ମହାଭାରତ ସଂଘଟିତ ମୋ ପାଇଁ
ପାଣ୍ଡବ ଓ ତତ୍ସହ ମୁଁ ବିଜୟୀନି ଶ୍ରୀ କୃଷ୍ଣ ତୁମ ପାଇଁ
ହେ ମୋ ସଖା ତୁମେ କରିଛ ବିଜୟିନୀ ମୋତେ ଧର୍ମ ରକ୍ଷା ପାଇଁ
ନାରୀର ମାନ ମହତ ଉଦ୍ଧାରିବା ପାଇଁ ।