ଭକ୍ତ ଓ ଭଗବାନ
ଭକ୍ତ ଓ ଭଗବାନ
ଭକ୍ତ ପାଇଁ ତମେ ଭଗବାନ
ଅଦୃଶ୍ୟ ରେ ବାରମାସ
ତଥାପି ଭକ୍ତିରେ ଭକତ କରୁଛି
ତୁମକୁ ଅଶେଷ ବିଶ୍ୱାସ ।
ପାଇଯାଏ ବୋଧେ ଅମୃତସୁଧା
ସ୍ମରି ହୁଏ ତୁମ ଅଦୃଶ୍ୟ ପ୍ରକାଶ
ମନ ମନ୍ଦିରେ ହୃଦ କନ୍ଦରେ ବୁଝିଛି
ତୁମେ ଜାଣ ତାର ଇତିହାସ ।
ତୁମେ ହିଁ କର୍ତ୍ତା ତୁମେ ନିୟନ୍ତା
ତୁମେ ଦେଇଛ ଆୟୁଷ ଆଶିଷ
ଭକ୍ତ ପାଏ ରକ୍ଷା ତୁମ ପାଇଁ ସଦା
ଆସୁ ଅଣଚାଷ ବାଆ ବତାସ ।
ଭାବେ ସେ ତୁମକୁ ସବୁରି ଉର୍ଦ୍ଧରେ
ଝଲକାଏ ସୁବାସିତ ମିଠାହସ
ଭକ୍ତର ଭାବରେ ଭକ୍ତିର ଡୋରିରେ
ଆବେଗର ଅଗଭୀର ଉଛ୍ୱାସ ।
ତୁମେ ଜଗତର ସାଇଁ, ସଚରାଚର
ଦେଇଥାଅ ପରପର ଜୀବନ୍ୟାସ
ତୁମେ ହିଁ ସ୍ୱର୍ଗ ତୁମେ ହିଁ ଧରଣୀ
ତୁମେ ଅମୃତକଳସ ସୁଧାରସ ।
ତୁମରି ଚିନ୍ତାରେ ତୁମ କଳ୍ପନାରେ
ସ୍ମରୁଥାଏ ଭକ୍ତ ପୁରଣେ ଅଭିଳାଷ
ଆର୍ଶୀବାଦ ପାଇଭକତ ହେ ସାଇଁ
ପିଉଛି ବିଷ କେବେ ପିୟୁଷ ।
ଏ ମରତରେ ଭଗବାନ ତୁମେ
ଅଳଙ୍କାର ପୁଣି ଅନୁପ୍ରାସ
ତୁମ ବିନା ଗତି ମୁକ୍ତି ନାହିଁ ନାଥ
ମାଗେ କୃପା ଦୟା ଅଶେଷ ।।
