Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Classics

4  

Kalyani Nanda

Classics

ଭକ୍ତ କବି ବଳରାମ

ଭକ୍ତ କବି ବଳରାମ

1 min
288



   ପଞ୍ଚସଖା ଯେ ଭକ୍ତି ଯୁଗର,

   ବଳରାମ,ଅନନ୍ତ, ଅଚ୍ୟୁତ,

   ଯଶୋବନ୍ତ, ଜଗନ୍ନାଥ,

   ଶ୍ରୀଚୈତନ୍ୟଙ୍କ ପଞ୍ଚସଖା,

   ତା ମଧ୍ୟେ ବଳରାମ ଦାସ,

   ଅଟନ୍ତି ସେ ଯେ ପରମ ଭକ୍ତ,

   ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର।


   ପଞ୍ଚସଖା ମଧ୍ୟେ ଜ୍ୟେଷ୍ଠ,

   ବର୍ଣ୍ଣିଛନ୍ତି ଅନେକ ତତ୍ତ୍ଵ,

   ଲେଖିଲେ ଓଡ଼ିଆ ରାମାୟଣ,

   ଭାଗବତ ଗୀତା କଲେ ଅନୁବାଦ,

   ଗୁପ୍ତଗୀତା,ବଟ ଅବକାଶ, ବେଦାନ୍ତ ସାର,

   ଭାବ ସମୁଦ୍ର,ବ୍ରହ୍ମଜ୍ଞାନ ଏକାକ୍ଷର,

   ଅମରକୋଷ ଗୀତା, ବ୍ରହ୍ମାଣ୍ଡ ଭୂଗୋଳ,

   ରଚନା କରି ଓଡ଼ିଆ ସାହିତ୍ୟ କଲେ ସମୃଦ୍ଧ।


   ଭକ୍ତ ପାଇଁ ଯେ ଭଗବାନ ,

   ବଳରାମଙ୍କ ପରି ଭକ୍ତର ଅପମାନ,

   ଅସହ୍ୟ ହେବାରୁ ଅଟକିଲା ନନ୍ଦିଘୋଷ,

   ମହାପ୍ରଭୁ ଜଗନ୍ନାଥ ଦେଲେ ଦର୍ଶନ,

   ବଳରାମଙ୍କ ବାଲିରଥେ ବିଜେ ହୋଇଣ,

   ଧନ୍ୟ ସେ କବି, ଧନ୍ୟ ସେ ଭକ୍ତ,

   ମୃତ୍ୟୁ ଶଯ୍ୟାରେ ତେଜିଲ ଶରୀର,

   ଶୁଣି ସ୍ବରଚିତ ଗୀତା ଭାଗବତ,

   ଧନ୍ୟ ଧନ୍ୟ ଆହେ କବି, ଭକ୍ତଶ୍ରେଷ୍ଠ,

   ଆଲୋକବର୍ତ୍ତିକା ଓଡ଼ିଆ ସାହିତ୍ୟର।


Rate this content
Log in

Similar oriya poem from Classics