STORYMIRROR

Sangram Moharana

Classics

3  

Sangram Moharana

Classics

ଭକ୍ତ ବିନା ଜଗନ୍ନାଥ

ଭକ୍ତ ବିନା ଜଗନ୍ନାଥ

2 mins
106

ବଡ ଭାଇ ମହାପ୍ରଭୁ ଶ୍ରୀ ତାଳଧ୍ୱଜ ସହ ଆଗେ ଆଗେ ଯାଇ ସାରିଲେଣି। ଭଉଣୀ ମଧ୍ଯ ଦେବଦଳନଙ୍କ ସହ ମାଉସି ଘର ଅଭିମୁଖେ ବାହାରି ସାରିଲେଣି। ଆଉ କିଛି ସମୟ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବି ବାହାରିଯିବେ। ସେପଟେ ଶ୍ରୀମନ୍ଦିରରୁ ଲକ୍ଷ୍ମୀଙ୍କୁ ଛାଡି ବାହାରି ଆସିଛନ୍ତି । ଏଥର କିନ୍ତୁରାଗ ଋଷା ଅଭିମାନ କିଛି ନାହିଁ । କେ ଜାଣି କାହିଁକି ସବୁ ଚୁପ୍ ଚାପ୍। ଏପଟେ ବଡ ଦାଣ୍ଡ ଖାଲି ଖାଲି। ଯେଉଁ ବଡଦାଣ୍ଡରେ ମହାପ୍ରଭୁ ବିଜେ ହେବା ପୂର୍ବରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଜନସମାଗମ ଥାଏ, ଯେଉଁ ବଡ ଦାଣ୍ଡରେ ଧନୀ ଗରିବ, ପିଲା ବଡ, ଅଛୁଆଁ ଛୁଆଁ ,ଜାତି ଧର୍ମ କିଛି ବିଚାର କରେନା , ଯେଉଁ ବଡଦାଣ୍ଡରେ ସୋରିଷ ପଡିଲେ ବି ତଳେ ପଡିବାର ପ୍ରଶ୍ନ ନଥାଏ, ଯେଉଁଠି ଘଣ୍ଟ, ମ୍ରୁଦଙ୍ଗ, ହୁଳହୁଳି, ମହୁରି, ନ୍ରୁତ୍ୟ ସହ କିଏ ମାନସିକ କରୁଥାଏ ତ କିଏ ଚକା ଆଖିରେ ଭାବ ଲଗେଇ ଥାଏ ,ସେଇ ବଡ ଦାଣ୍ଡ ଯାହାକି ମହାପ୍ରଭୁଙ୍କୁ ଟାଣି ନିଏ ତା ଉପରେ । ହେଲେ ସେ ବଡ ଦାଣ୍ଡ ଆଜି ଖାଲି ପଡିଛି।ଏପଟେ ବିନା ଭକ୍ତରେ ଦାଣ୍ଡ ଖାଲି ପଡିଛି।ସେପଟେ ମହାମାରି ଦିନ କୁ ଦିନ ଅତ୍ୟନ୍ତ ଭୟଙ୍କରରୂପ ନେଉଛି।ଏହା ଅପେକ୍ଷା ବୋଧେ ଶ୍ରୀମନ୍ଦିରର ବନ୍ଦ କୋଠରି ଭଲ ଥିଲା। ଏମିତି କେତେ କଣ ଭାବୁ ଭାବୁ ହଠାତ୍ କାହା ସ୍ପର୍ଶରେ ଚମକି ପଡିଲେ ମହାପ୍ରଭୁ। ବୁଲି ଚାହିଁଲେ ଆଉ ଯାହା ଦେଖିଲେ ନିଜ ଆଖି କୁ ବିଶ୍ବାସ କରିପାରିଲେନି। ନନ୍ଦିଘୋଷରେ ଏ ସ୍ପର୍ଶ କାହାର ଯାହା କି ମହାପ୍ରଭୁଙ୍କୁ ବିଚଳିତ କରିଥିଲା। ସେ ଥିଲେ ଶ୍ରୀରାଧା। ଆଖିରୁ ଅଶ୍ରୁଧାରା ବହି ଯାଇଥିଲା ମହାପ୍ରଭୁଙ୍କର। ନିଜର ଏମିତି ଏକ ସମୟରେ ଶ୍ରୀରାଧା ତାଙ୍କ ପାଖରେ, ସେ ନିଜେ ବି ବିଶ୍ୱାସ କରିପାରିଲେନି। କିଛି ପ୍ରଶ୍ନ କରିବା ଆଗରୁ ଶ୍ରୀରାଧା କହିବା ଆରମ୍ଭ କଲେ 

ପ୍ରଶ୍ନ- ପାଇଗଲ ? 

ପ୍ରତିଉତ୍ତରରେ ମହାପ୍ରଭୁଙ୍କ ପ୍ରଶ୍ନ-କଣ? 

ପ୍ରଶ୍ନ- 


  ଯାହା ପାଇଁ 

 ଗଲ ମଥୁରା ଛାଡି ଗୋପପୁର

ଛାଡିଲ ମଥୁରା ଗଲ ଶ୍ରୀ ମନ୍ଦିର

ପୁଣି ଶ୍ରୀ ମନ୍ଦିରରୁ ନନ୍ଦିଘୋଷ 

ପାଗଳ ହେଲ କି ତୁମେ ପଦ୍ମହଂସ


 କି ଉତ୍ତର ଦେବେ ମହାପ୍ରଭୁ ନିଜେ ବି ଜାଣି ପାରୁ ନଥାନ୍ତି। ଉତ୍ତରରେ ଯଦି "ଭକ୍ତ" ବୋଲି କୁହନ୍ତି ତାହେଲେ ଶ୍ରୀରାଧା ତାଙ୍କର ଆହୁରି ଥଟ୍ଟା କରିବେ କାରଣ ବଡ ଦାଣ୍ଡରେ କେବଳ ପଣ୍ଡା ଛଡା କାଉ କୋଇଲି ବି ନଥାନ୍ତି। 

 ହେଲେ ବିନା ଉତ୍ତରରେ ବି ଚୁପ୍ରହିବା ଟା କେଡେ କଷ୍ଟ ମହାପ୍ରଭୁ ନିଜେ ଅନୁଭବ କରୁଥାନ୍ତି, କିନ୍ତୁ କୌଣସି ଉତ୍ତର ନାହିଁ ତାଙ୍କ ପାଖରେ। 

   

   କହିବା ଆରମ୍ଭ କଲେ ମହାପ୍ରଭୁ। ଶୁଣରାଧେ। 


କି ଉତ୍ତର ଦେବି ମୁଁ ତୁମକୁ

କଥାରହିଯିବ କାଳ କାଳକୁ

ବିପଦ ସମୟରେ ଭଗବାନ ବି ଶୁଣିଲେନି ଭକ୍ତର ଡାକକୁ

ରତ୍ନ ସିଂହାସନ ଛାଡି ଆସିଲେନି ବଡ ଦାଣ୍ଡ କୁ 


  କହିଲେ ଶ୍ରୀରାଧା ,


 ଆସିଲ ଯାହା ପାଇଁ  

ସେ କାହିଁ। 

ବିନା ଭକ୍ତରେ ଜଗନ୍ନାଥ,ରଥ ପଥରେ ନନ୍ଦିଘୋଷ 

କାହିଁ ତୁମ ଭକ୍ତର କୋଳାହଳ

କାହିଁ ତୁମ ମହିମାର ଚହଳ 

 କାହିଁ କୁହ ନିଜ କୁ ବଡ ଠାକୁର

ଭକ୍ତ ସହ ଏମିତି କାହିଁକି ଛଳ କପଟ କର


ଉତ୍ତରରେ 

ମହାପ୍ରଭୁ ଛଳ ପ୍ରଶ୍ନ କରି କହିଲେ , 

ଶ୍ରୀକ୍ଷେତ୍ରରେ ଶ୍ରୀରାଧାଙ୍କର 

ଆଗମନର ଅଭିପ୍ରାୟ ପଚାରିଲେ? 


କହିଲେ ଶ୍ରୀରାଧା ମହାପ୍ରଭୁଙ୍କୁ ଚାହିଁ

ବହି ଚାଲିଥାଏ ଅଶ୍ରୁର ନଇ

ଯାହା ପାଇଁ ଏତେ ଆଲୋଡନ 

ଯାହା ପାଇଁ ଏତେ ଆକର୍ଷଣ

ସେ ଆଜି ନିଜେ ହାରି ଯାଉଛି 

ବିରହ ଚିନ୍ତାରେ ଚକା ଆଖି ଶୋଇ ପଡିଛି

ଆସିଛି ହେବା କୁ ସାହାରା

ମନରେ ଦବାକୁ ଅସଂଖ୍ଯ ଆସରା

ଉଠ, ଦେଖ ନିଦ୍ରା ଭଂଗ କର

 ତୁମ ସମୁଖରେ 

ବିନା ଭକ୍ତରେ ତୁମର ଏ ଅଦ୍ଭୁତ ଯାତରା

ସତରେ କଣ ଭକ୍ତି ପ୍ରେମର ଦୋଷୀ

କାହିଁକି ଦୁରେଇ ଦେଲ ମତେ ନିଜେ ଭାସି

ହେଲେ ବି ଆସିଥିଲି ତୁମ ଲୁହରେ ହବାକୁ ଭାଗିଦାର

କରିବାକୁ ସଂପୁର୍ଣ୍ଣ ତୁମର ଏ ଅକ୍ଷତ ଅବସ୍ଥାର


 ଏତିକି କହିରଥ ଦଉଡି କୁ ସ୍ପର୍ଶ କରି ଚାଲି ଯିବାକୁ ବସିଥିଲେ ଶ୍ରୀରାଧା। 

ପଛରୁ ଡାକିଲେ ମହାପ୍ରଭୁ 

ଶୁଣରାଧେ


ନନ୍ଦିଘୋଷ ଗଡିଥାନ୍ତା କେମିତି 

ଭକ୍ତର ବିନା ସ୍ପର୍ଶରେ

ରାଧା ପରା ପ୍ରଥମ ଭକ୍ତ 

ଏ କଳି କାଳରେ 


   ଠିକ୍ ସେହି ସମୟରେ ପଣ୍ଡା ମାନେ ଘଣ୍ଟ ହୁଳ ହୁଳି ସହରଥ ଟଣା ଆରମ୍ଭ କରିଦେଲେ। 

ଶ୍ରୀରାଧା ଭାବୁଥିଲେ ଆଉ ଦେଖୁଥିଲେ 

ଏତେ ସବୁ ହେଲା ପରେ ବି

ମହାପ୍ରଭୁ ଛଳିଆ ହସ ହସୁଥିଲେ, 

ପଣ୍ଡାମାନେ ମାନେ ଜୟ ଜଗନ୍ନାଥ କହୁଥିଲେ

ଆଉ ମହାପ୍ରଭୁ ବି ଭାଇ ଭଉଣୀ ଯିବାରାସ୍ତାରେ ମାଉସି ଘର ଆଡେ ଆଗେଇ ଚାଲିଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics