STORYMIRROR

Prabhati Mahapatra

Romance Inspirational Others

3  

Prabhati Mahapatra

Romance Inspirational Others

ଭକ୍ତ ବିଲ୍ବ ମଙ୍ଗଳ

ଭକ୍ତ ବିଲ୍ବ ମଙ୍ଗଳ

2 mins
211


ଆହେ ବଣିକ ମୋ  କଥାଟିକେ ଶୁଣ

ବହୁ ଦୂରୁ ଆସି ଅଛି

କ୍ଷୁଧାରେ ମୋ ଦେହୀ ହୁଅଇ ଅସ୍ଥିର

ଦାନ କର ମୋତେ କିଛି ।


କୁହ ହେ ସାଧୁ ଗୋସାଇଁ

କେଉଁ ଉପକାର କରିବି ମୁହିଁ

ଗୋସାଇଁ ହେ

ତକ୍ଷଣେ ଆଣିବି ଯାଇ 

ଗୋସାଇଁ ହେ ।

ଶୁଣ ଧନୀକ ବଣିକ

ମୋ କଥା ଶୁଣିଲେ ବଢିବ ଶୋକ

ବଣିକ ହେ

କହିଲେ ନଦେବ ଭିକ

ବଣିକ ହେ ।

କଥା ମୁଁ ଦେଉଛି ତୁମେ

ଉଡ଼ି ଯାଉ ଘର ଶୁନ୍ୟେ

ମାଗି ଦେଖ ଥରେ ମୋତେ

ଜିତିବି ଦାନର ରଣେ 

ଗୋସାଇଁ ହେ ।

ତୁମେ ଖୁସି ଦେବା ପାଇଁ

ଖୋଜି ଆଣିବି ମୁଁ କ୍ଷମତା ଦେଇ

ଆଉ ବିଳମ୍ବ କର କିମ୍ପାଇଁ ହେ ।

ଯାହାକୁ ପାତିବି ହାତ

ଶୁଣିଲେଟି ମୋତେ ଦେବଟି ଘାତ

ଧନୀ ବଣିକ ହେ

ଘୃଣାରେ ଦେବଟି ନାତ 

ବଣିକ ହେ ।

ତୁମେ ଯେ ଯୋଗୀ ବୈରାଗୀ

ହୋଇ ନପାରିବ ତସ୍କର ଭୋଗୀ

ଆହେ ଗୋସାଇଁ ହେ

କେମିତି ଯିବି ମୁଁ ରାଗି

ଦ୍ଵିଜ ଗୋସାଇଁ ହେ ।


ରାଗ - ଚୋଖି

ଶୁଣ ହେ ଧନୀ ବଣିକ  ଆଶାୟୀ ପ୍ରେମର ଭିକ

ପାତିଛି ହାତକୁ ଆଜି ନକର ମନା 

ନଦୀ ତଟେ ତୁମ ନାରୀ  କାଖେ କୁମ୍ଭ ଜଳ ଧରି

ମନକୁ ମୋହିଛି ସେ ଯେ ମୃଗ ନୟନା 

 ରୂପ ଦେଖି ଆଜ ବ୍ୟାକୁଳ

କାମାନଳେ ତନୁ କ୍ଷୀଣ ଦୁର୍ବଳ ବଳ ।

ଏଇ ତୁଛ କଥା ପାଇଁ  ଚିନ୍ତିତ କିମ୍ପା ଗୋସାଇଁ

ନିରାଶ ନହୁଅ ତୁମେ କରିବ ପ୍ରାପ୍ତି

ନାରୀ ଯେ ଅମୂଲ୍ୟ ମଣି  କିପରି ତୋଳିବ ଆଣି

ହେ ବଣିକ ବିଶ୍ଵାସ ମୋ ହେଉଛି ଇତି

ଶୁଣ ଆହେ ସାଧୁ ବୈରାଗୀ

ନାରୀ ତ ଈଶ୍ଵର ଦାନେ ମୋ ପାଇଁ ଭୋଗୀ ।

ଆହେ ଧନୀକ ବଣିକ   ତୁମେ ଯେ ଅଦ୍ଭୁତ ଲୋକ

ଆପଣା ନାରୀକୁ ଦେବ ପର ହସ୍ତରେ

ଶୁଣ ହେ ପ୍ରଭୁ ଭକତ  ରମଣୀ ସୁଧା ଅମୃତ

ବିଶ୍ଵ ଚିନ୍ତାମଣି ଚିନ୍ତି ଦେଲେ ସଂସାରେ

କିଏ କାର ଏହି ଧରାରେ

କାହାକୁ ଭାବିବି ମୋର ଯିବ ସାଙ୍ଗରେ ।

ଧନ୍ୟ ହେ ବଣିକ ସୁତ  ବାର୍ତ୍ତାଳାପେ ଶୁଦ୍ଧ ଚିତ୍ତ

ସଂଶୟ ମୋ ଦୂରୀଭୂତ ହୁଏ ନିଶ୍ଚିନ୍ତ

ତେବେ କାହିଁକି ବିଳମ୍ବ   ହୃଦୟେ ଜଗାଅ ଦମ୍ଭ

ପତ୍ନୀ ମୋର ତନୁ ତାପ କରିବ ଅନ୍ତ 

ଦିବା ସ୍ବପ୍ନ ଦେଖାଅ ନାହିଁ

ସତେ ତୁମ ନାରୀ ହେବ ମୋ ଶଯ୍ୟାଶାୟୀ ।

ପତ୍ନୀ ମୋର ଗୁଣବତୀ  ପତି ସେବାରେ ତା ମତି

ପତି ଆଜ୍ଞାକାରୀ ଭାବେ ବିତାଏ ଦିନ

ଏତିକି ବିଶ୍ଵାସ ରଖ    ନହୁଅ କେବେ ବିମୁଖ

ଦେଖିବ ନିଶ୍ଚୟ ତୁମେ ଚନ୍ଦ୍ର ବଦନ

କୁସୁମ ସୁପାତି ସଜାଇ 

ସ୍ଵାଗତ କରୁଛି ଆଜ ଆସ ଗୋସାଇଁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance