STORYMIRROR

Prabhati Mahapatra

Classics Others

3  

Prabhati Mahapatra

Classics Others

ଭକ୍ତ ବିଲ୍ବ ମଙ୍ଗଳ

ଭକ୍ତ ବିଲ୍ବ ମଙ୍ଗଳ

1 min
186

 ଭାଗ -୪

ମନ ମୋର ଡାକେ ଦେଖା କରିବାକୁ

କାମରେ ଅଛୁ କି ବ୍ୟସ୍ତ

ବିଲ୍ବ ମଙ୍ଗଳଙ୍କ  କିଛି ସମାଚାର

ହେଲା କି ଉଦୟ ଅସ୍ତ ।

ସକଳେ ବୋଲନ୍ତି  ଚିନ୍ତାମଣି ତାଙ୍କୁ

ବହୁତ ଧିକ୍କାର କଲା

ସେଠାରୁ ଚଳିଲେ ଯେମନ୍ତେ ବାହାର

ଦୁଆର ପକାଇ ଦେଲା ।

ରାସ୍ତା ଘାଟ ବୁଲି ପାଦେ ପାଦେ ଚାଲି

ପ୍ରଭୁ ନାମ ତୁଣ୍ଡେ ଧରି

ଆପାଦମସ୍ତକ ଶୁଦ୍ଧ ପବିତ୍ର କି

ହରି ନାମ ସ୍ମରି ସ୍ମରି ।


ଶୁଣ ଆଲୋ ମୋର ମିତଣୀ

ସୁରମା ତୋ ପାଶେ ରହିବ ଋଣି

ଶୁଣ ଆଲୋ ମୋର ମିତଣୀ...,...

ଆଉ କିଛି ମନରେ ଅଛି 

ରଖନା ତୁ ପଛକୁ କିଛି

ପ୍ରିୟ ପାଇଁ ମୋର ଅସ୍ଥିର ପରାଣ

କାତରେ ଚାହେଁ ମୋ ନୟନ ମଣି ।

ଶୁଣ ଆଲୋ ମୋର ମିତଣୀ .......

ଯେତିକି ମୁଁ କାନରେ ଶୁଣି

ତୋ ପାଶେ ମୁଁ ଦେଲି ବଖାଣି

ଆଉ ଯଦି କେବେ ସନ୍ଦେଶ ମିଳିବ

କହିବି ନିଶ୍ଚୟେ ତୋ ପ୍ରିୟ ବାଣୀ

ଶୁଣ ଆଲୋ ମୋର ମିତଣୀ ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics