STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଭକ୍ତ ଭୀମ ଭୋଇ

ଭକ୍ତ ଭୀମ ଭୋଇ

1 min
157


ଭକ୍ତ ଭୀମ ଭୋଇ ଚରଣେ ତୁମର ଜଣାଏ କୋଟି ପ୍ରଣତି

ରେଢାଖୋଲ କନ୍ଧ ପରିବାରେ ତୁମେ ସହିଥିଲ କଷଣ ନିତି 

ବାଟେ ଯାଉ ଯାଉ ଖସି ପଡ଼ିଲ କୂପେ,

ଥିଲା ସେ ତ ରାତି

ଡାକିଲ ମହିମା ଗୋସାଇଁ, ଉଦ୍ଧାରିଲେ ଦେଖି ତୁମ ଭକତି

ଜାତି ଭେଦ କରି ଦୂର ରଖିଲ ,

ମହିମା ଧର୍ମର କିରତି

ଦୟା,କ୍ଷମା,କରୁଣା କୁ ରଖିଥିଲ

ହୃଦୟେ ତୁମ ସାଇତି


ତୁମେ ଜନ୍ମାଦ୍ଧ ବିଭୂକୃପା ବଳେ ପାଇଲ କାବ୍ୟର ଶକତି

ତୁମ କବିତାରେ ଥିଲା ଆଧ୍ୟାତ୍ମିକତା ସାଥେ ଈଶ୍ୱର ଭକ୍ତି

ପୁତ୍ର କପିଳେଶ୍ୱର ପୁତ୍ରି ଲବନ୍ୟା ,

ଗାଇଥିଲେ ତୁମ ଗୀତି

ତୁମ ପତ୍ନୀ ଅନ୍ନପୂର୍ଣ୍ଣା ଦୁଃଖି ଗରିବ 

ସେବାରେ ଥିଲେ ମାତି,

ତୁମେ ସନ୍ଥ ହୋଇ ଦିବ୍ୟ ଜ୍ଞାନ ପାଇ ,

ଜଳାଇ ଥିଲ ଜ୍ଞାନର ଜ୍ୟୋତି

ଜଣାଇଲ ତୁମେ ପ୍ରଭୁଙ୍କୁ ବିଶ୍ୱବାସୀଙ୍କୁ କରହେ ମୁକତି

ପର ଦୁଃଖେ କାନ୍ଦୁଥିଲ ତୁମେ, କୋହେ ଭରୁଥିଲା ତୁମ ଛାତି

ତୁମେ ଅବତାରି ପର ହିତ କାରି,

 ଝୁରିବ ମାନବ ଜାତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational