ଭକ୍ତ ଭୀମ ଭୋଇ
ଭକ୍ତ ଭୀମ ଭୋଇ
ଭକ୍ତ ଭୀମ ଭୋଇ ଚରଣେ ତୁମର ଜଣାଏ କୋଟି ପ୍ରଣତି
ରେଢାଖୋଲ କନ୍ଧ ପରିବାରେ ତୁମେ ସହିଥିଲ କଷଣ ନିତି
ବାଟେ ଯାଉ ଯାଉ ଖସି ପଡ଼ିଲ କୂପେ,
ଥିଲା ସେ ତ ରାତି
ଡାକିଲ ମହିମା ଗୋସାଇଁ, ଉଦ୍ଧାରିଲେ ଦେଖି ତୁମ ଭକତି
ଜାତି ଭେଦ କରି ଦୂର ରଖିଲ ,
ମହିମା ଧର୍ମର କିରତି
ଦୟା,କ୍ଷମା,କରୁଣା କୁ ରଖିଥିଲ
ହୃଦୟେ ତୁମ ସାଇତି
ତୁମେ ଜନ୍ମାଦ୍ଧ ବିଭୂକୃପା ବଳେ ପାଇଲ କାବ୍ୟର ଶକତି
ତୁମ କବିତାରେ ଥିଲା ଆଧ୍ୟାତ୍ମିକତା ସାଥେ ଈଶ୍ୱର ଭକ୍ତି
ପୁତ୍ର କପିଳେଶ୍ୱର ପୁତ୍ରି ଲବନ୍ୟା ,
ଗାଇଥିଲେ ତୁମ ଗୀତି
ତୁମ ପତ୍ନୀ ଅନ୍ନପୂର୍ଣ୍ଣା ଦୁଃଖି ଗରିବ
ସେବାରେ ଥିଲେ ମାତି,
ତୁମେ ସନ୍ଥ ହୋଇ ଦିବ୍ୟ ଜ୍ଞାନ ପାଇ ,
ଜଳାଇ ଥିଲ ଜ୍ଞାନର ଜ୍ୟୋତି
ଜଣାଇଲ ତୁମେ ପ୍ରଭୁଙ୍କୁ ବିଶ୍ୱବାସୀଙ୍କୁ କରହେ ମୁକତି
ପର ଦୁଃଖେ କାନ୍ଦୁଥିଲ ତୁମେ, କୋହେ ଭରୁଥିଲା ତୁମ ଛାତି
ତୁମେ ଅବତାରି ପର ହିତ କାରି,
ଝୁରିବ ମାନବ ଜାତି
