ଭଜରେ ମନ ରାମ ନାମକୁ
ଭଜରେ ମନ ରାମ ନାମକୁ
.
ଭଜୁଥାରେ ମନ କୌଶଲ୍ୟା ନନ୍ଦନ
ରାଜୀବ ଲୋଚନ ରାମକୁ,
ଜୀବନର ଧର୍ମ, ଅର୍ଥ, କାମ, ମୋକ୍ଷ
ଲାଭ ରୂପ କର୍ମଫଳକୁ ।
ଭଜରେ ମନ....
ଇନ୍ଦ୍ରିୟ ଗ୍ରାହ୍ୟ ରୁ ମୁକତି ନିମନ୍ତେ
ପ୍ରଭାତ ସ୍ମରଣେ ନାମକୁ,
ସ୍ଥୁଳ ଶରୀର ରୁ ସୁକ୍ଷ୍ମ ଶରୀରକୁ
ପ୍ରାପ୍ତ ହୁଏ ଅନ୍ତଃ ବେଳକୁ ।
ଭଜରେ ମନ....
ଜ୍ଞାନ ଚକ୍ଷୁ ବିନା ମୁକତି ଲଭେନା
ତ୍ରିଗୁଣାଧୀନ ଶରୀରରୁ,
ପବନ ନନ୍ଦନ ହୃଦେ ବିରାଜିତ
ସ୍ତୁତି ଜ୍ଞାନ ରୂପେ ପୂଜାରୁ ।
ଭଜରେ ମନ....
ସ୍ଵୟଂ ଭଗବାନ ପୁରୁଷୋତ୍ତମ ସେ
ପରମାତ୍ମା ରୂପେ ମହୀରେ,
ଜୀବ ଗଲା ପରେ ରାମ ନାମ ଶଦ୍ଦେ
ମୁକତି ଲଭଇ ଘଟରେ ।
ଭଜରେ ମନ....