STORYMIRROR

Pranati Panda

Inspirational

3  

Pranati Panda

Inspirational

ଭଜରେ ମନ ରାମ ନାମକୁ

ଭଜରେ ମନ ରାମ ନାମକୁ

1 min
206


.

ଭଜୁଥାରେ ମନ କୌଶଲ୍ୟା ନନ୍ଦନ

       ରାଜୀବ ଲୋଚନ ରାମକୁ,

ଜୀବନର ଧର୍ମ,  ଅର୍ଥ, କାମ, ମୋକ୍ଷ

        ଲାଭ ରୂପ କର୍ମଫଳକୁ ।

                            ଭଜରେ ମନ....


ଇନ୍ଦ୍ରିୟ ଗ୍ରାହ୍ୟ ରୁ ମୁକତି ନିମନ୍ତେ

        ପ୍ରଭାତ ସ୍ମରଣେ ନାମକୁ,

ସ୍ଥୁଳ ଶରୀର ରୁ ସୁକ୍ଷ୍ମ ଶରୀରକୁ 

          ପ୍ରାପ୍ତ ହୁଏ ଅନ୍ତଃ ବେଳକୁ ।

                            ଭଜରେ ମନ....


ଜ୍ଞାନ ଚକ୍ଷୁ ବିନା ମୁକତି ଲଭେନା

          ତ୍ରିଗୁଣାଧୀନ ଶରୀରରୁ,

ପବନ ନନ୍ଦନ ହୃଦେ ବିରାଜିତ

         ସ୍ତୁତି ଜ୍ଞାନ ରୂପେ ପୂଜାରୁ ।

                             ଭଜରେ ମନ....


ସ୍ଵୟଂ ଭଗବାନ ପୁରୁଷୋତ୍ତମ ସେ

         ପରମାତ୍ମା ରୂପେ ମହୀରେ,

ଜୀବ ଗଲା ପରେ ରାମ ନାମ ଶଦ୍ଦେ

           ମୁକତି ଲଭଇ ଘଟରେ ।

                           ଭଜରେ ମନ....



Rate this content
Log in

Similar oriya poem from Inspirational