ବହିଟିଏ ନୁହେଁ ସାଥୀଟିଏ
ବହିଟିଏ ନୁହେଁ ସାଥୀଟିଏ
ସବୁ ସାଥୀ ମୁଁହ ମୋଡି ନେବେ ଦିନେ
ତୁମେ କିନ୍ତୁ ଥିବ ମୋ ପାଖରେ
ଧୂଳି ଜମିରହିଥିବା ପରସ୍ତ ପରସ୍ତ ମଲାଟେ
ତୁମ ଚିକମିକ୍ ସୁନ୍ଦର ରୂପ
ନ ଦିଶିଲେ ବି ମୁଁ ଠିକ ପଢିପାରେ
ଜୀବନର ଜଳଛବିକୁ ତୁମ ଭିତରେ ।
ଅଙ୍କାବଙ୍କା କଳାରଙ୍ଗେ ଟଣା ଗାରଗାର ସବୁ
ଦୁଃଖ ବେଳେ ଆଉଁସିଦିଏ ପିଠିକୁ
ଅଣ୍ଟା ସଳଖି ଠିଆ କରାଏ
ପାଦରେ ଶକ୍ତି ମନେ ଭରେ ସାହାସ
କଣ୍ଟକିତ ପଥରୁ ଟାଣିଆଣେ ହାତ ଧରି
ଉଡିବାକୁ ଶିଖାଏ ନୀଳ ଆକାଶରେ ।