ଭିନ୍ନ ମଣିଷ ମୁଁ
ଭିନ୍ନ ମଣିଷ ମୁଁ
ଭିନ୍ନ ମଣିଷ ମୁଁ,
ମୋ' ଭାବନା ଭିନ୍ନ,
ଭ୍ରଂଶୀ ମଣିଷଙ୍କୁ ନେଇ ।
ସମସ୍ତେ ମୋ' ବନ୍ଧୁ,
ସଖା ସହୋଦର,
ଶତୃ ମୋ' ନୁହନ୍ତି କେହି ।।
ନୁହେଁ ଦୁର୍ଯ୍ୟୋଧନ,
ନୁହେଁ ଦୁଃଶାସନ,
ନୁହେଁ ଶକୁନି,ନାରଦ ।
ମୁଁ ଜଣେ ନିମିତ୍ତ,
ଈଶ୍ୱର ପ୍ରେରିତ,
ଲଙ୍ଘିବାକୁ ମୋ' ବିଷାଦ ।।
ବିଷାଦ ଯେ ମୋର
ପ୍ରିୟ ସହଚର,
କ୍ଷଣେ ଆସି ଚାଲିଯାଏ ।
ଆସିଲା ବେଳେ ସେ
ସାଥୀ ନେଇଆସେ,
ଗଲାବେଳେ ଏକା ଯାଏ ।।
ଦୁର୍ନିରୀକ୍ଷ ଏଇ
ଦଙ୍ଗା ଦୁନିଆରେ,
କିଏ ନିଜ କିଏ ପର !
ସାଉଁଟି ଚାଲିଛି,
ବାଣ୍ଟି ଚାଲିଥିବି,
ମାନବୀୟ ସଦାଚାର ।।
