Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Abstract Others

3  

Amit Bal

Abstract Others

ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

1 min
139


ଭିଜା ମାଟିର ମିଠା ମିଠା ବାସ୍ନା

ମୂହୁର୍ତ୍ତେ କରି ପକାଏ ମନ ମସ୍ତିଷ୍କକୁ ଆନମନା

ଛନ୍ଦ ଭୁଲେ ନୂପୁର

ତାଳ ଭୁଲେ ସୁର

    ମହକି ଉଠେ କେତେ ସମ୍ଭାବନା.....


ସେ ପରିପୂର୍ଣ୍ଣ କରେ ଜୀବନକୁ

  ସୁବାସିତ ମତୁଆଲା ମହକରେ

ଜୀବନ ଜିଇଁ ବାକୁ ମନ ବୋଳେ 

    ତା'ର ସେ ଅମୋହ ପ୍ରେମରେ ;


ଚମତ୍କାର ସେ ଅନୁଭୁତି

ମଧୁ ମୂର୍ଚ୍ଛନାର ପବିତ୍ର ପ୍ରୀତି


ତାଳ ବଣ ପୋଖରୀ ହୁଡା ଗାଁ ଦାଣ୍ଡ

ଝାଳ ସରସର ଗାଈଆଳ ପିଲା

          ଆଉ ତା' ନୁଖୁରା ମୁଣ୍ଡ ,


ଆକାଶ ଜଙ୍ଗଲ ମା' ମାଟି

ଆଖିର ଲୁହରେ ଧୋଇ ଯାଏ

ସବୁ ରାଗ ରୋଷ ମାନ ଅଭିମାନ ଯେଉଁଠି ,


ହଁ କହିପାର ଆତ୍ମାର ଆତୁର ନିବେଦନ

      ଏକ ପ୍ରାଣ ଏକ ମନ

ଅସ୍ତବ୍ୟସ୍ତ ଜୀବନ ଭିତରେ

       ଦଲକାଏ ଶୀତଳ ପବନ ,


ବେସୁରା ଜୀବନକୁ ସୁରଟିଏ ଦେବା ପାଇଁ

ଭିଜା ମାଟିର ବାସ୍ନା ଟିକିଏ ଲୋଡା

     ଆଉ ହୁଏତ ଅଧିକ କିଛି ନାହିଁ .... 



Rate this content
Log in

Similar oriya poem from Abstract