ଭିଜା ଭିଜା ବର୍ଷାରେ
ଭିଜା ଭିଜା ବର୍ଷାରେ
ଭିଜା ଭିଜା ବର୍ଷାରେ
ଗପିବାକୁ ଭାରି ଭଲଲାଗେ
ବସି ଏକାଠି ତୁମ ସାଥୀରେ
ତୁମେ ଥିବ ଆଉ ମୁଁ
ଏକ ନିକାଞ୍ଚନ ନିରୋଳାରେ
ବହି ଆସୁଥିବ ଦଲକାଏ ଦଲକାଏ
ଶୀତୁଆ ପବନ ବର୍ଷାର ଛିଟାରେ
ରେଣୁ ରେଣୁ ବର୍ଷା ଜଳ ବାଜୁଥିବ
ତୁମ ଦେହରେ ମୋ ଦେହରେ
ଓଦା ଓଦା ଲାଗୁଥିବ
ପିନ୍ଧା ଲୁଗାପଟା ଆଉ ତନୁମନ
ଶିହରଣ ଖେଳି ଯାଉଥିବ
ଆବେଗରେ ଭାବପ୍ରବଣତାରେ
ପୁଲକିତ ମନରେ ହୃଦୟରେ
ଭିଜା ଭିଜା ବର୍ଷାରେ ।
ପ୍ରେମମୟ ହୋଇ ଉଠୁଥିବ
ଅପ୍ସିତ ପ୍ରାଣର ଭାବନା
ତୁମ ଖିଲି ଖିଲି ମିଠା ହସରେ
ଝରି ପଡୁଥିବ ମହକଭରା
ପ୍ରୀତିର ଫୁଲ ସବୁ ମୁଣ୍ଡ ଉପରେ
ସ୍ଥାଣୁ ନିଥର ନିସ୍ପନ୍ଦ ନିର୍ବାକ୍
ପାଲଟି ଯାଉଥିବା ଦୁହେଁ
ଏକ ଆକାଂକ୍ଷିତ ସମ୍ନୋହନରେ
ଆଶା ବଢୁଥିବ ଇଚ୍ଛାରେ
ଭାଷା ଧିମେଇ ଯାଉଥିବ କଣ୍ଠରେ
ପ୍ରକାଶିତ ହେଉଥିବ
ଆଦିମତାର ବାଞ୍ଛିତ କଳ୍ପନା
ପରସ୍ପରର ଆଖି ଇସାରାରେ
ଆତ୍ମା ହୋଇ ଯାଉଥିବ ଏକାକାର
ସୃଷ୍ଟି ସଂରଚନାର ମିଳନରେ
ଭିଜା ଭିଜା ବର୍ଷାରେ।

