ଭିଡ
ଭିଡ
ଆଗକୁ ଚାହିଁଲେ ଖାଲି ମୁଣ୍ଡ ପଣ ପଣ
ଅବିରାମ ଗତି,ନାହିଁ ଟିପେ ଫୁରସତ
ଭାବନାର ପୂର୍ଣ୍ଣଛେଦ ଏଠି
ଲମ୍ବିଯାଏ ଖାଲି ମଣିଷର ଭିଡ ।
ରହିଯାରେ ଦଣ୍ଡେ ତୁ ବାଟୋଇ ଭାଇ,
ଉଁ ହୁଁ ! ଧସିନେବେ ଜନତା ଏଠି,
କହିଲା ସେ ଟୋପାଏ ହସି
ମହାନଗରୀ ରେ ଅତିଥି ତୁ କି?
ହଁ, ହଜିଯିବା ପ୍ରାୟ ଲାଗେ ସେଥିଲାଗି ।
ବେଶ୍ କିଛିଦିନ ପରେ
ଦେଖାହୁଏ ପୁଣି ସେଇ ବାଟୋଇ ଭାଇଟି
ଏଥର ବାଟ କିନ୍ତୁ ଭିଡଶୂନ୍ୟ,
ଶୁନଶାନ ଫ୍ଲାଏଓଭର
ହେଲେ ଓଠେ ତାର ନାହିଁ ସେ ନିଛକ ହସ
ଭରା ଆଖି ଅଜଣା ଭୟରେ,
ପଚାରିଲି- ନାହିଁ ଭିଡ ,
ନାହିଁ ଠେଲାପେଲା
ଚଞ୍ଚଳଚିତ୍ତ ତୋର ଭୟାର୍ତ୍ତ କାହିଁକି?
ଧିରେ ସେ କହିଲା- ଭିଡ ଟା ହିଁ ଭଲଥିଲା
କରୋନା ଆଚ୍ଛାଦିତ ଏ ନିଛାଟିଆ ବାଟଠୁ।