Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Nayak

Inspirational Others

5.0  

Snigdha Nayak

Inspirational Others

ବହି

ବହି

1 min
316


ବହିଟିଏ ରଙ୍ଗ ବିରଙ୍ଗ ଖୋଳ ତଳେ

କାହାର ଜୀବନୀଟିଏ

କି ସତରେ ନିର୍ଜୀବ ବସ୍ତୁଟିଏ

ନିଜକୁ ତ ସଜାଇ ଅନେକ ରଙ୍ଗ ରୂପେ

ଆକର୍ଷିତ କରୁଛି ସଭିଙ୍କୁ ଅନେକ ଭାବେ

ପଲଟାଇ ଦେଖେ ଯେବେ

ରଙ୍ଗ ବିରଙ୍ଗ ହୋଇ ବେରଙ୍ଗ

ଶୁଣାଏ କେତେ କଥା କେତେ ବ୍ୟଥା

କିଛି ଆଭାସ ତ ଦିଏ ସୂଚୀପତରେ

ପ୍ରବେଶ କରେ ଯେବେ ଧୀରେ ଧୀରେ

ପାହାଚ ପରେ ପାହାଚର କାହାଣୀଟି

କେବେ କରେ ଭାରି ଉତ୍ତେଜିତ

ତ କିଛି କ୍ଷଣେ ହୋଇ ସେ ନିର୍ଲିପ୍ତ

ପରିଚୟ ଦିଏ ଏକ ନୂଆଁ ରଙ୍ଗ ରୂପର

ସତରେ ଇଏ କଣ ନିର୍ଜୀବ ବସ୍ତୁଟିଏ

ଯଦି ଅଟଇ ସିଏ ନିର୍ଜୀବ ଏକ

ତା'ଭିତରେ ଏତେ ହସ ଖୁସିର ମେଳ

ଆଉ ଏତେ ଦୁଃଖ ଯନ୍ତ୍ରଣାର କୋହ

ତା' ଭିତରେ ଭରିଛି କିଏ

ସାତଗଣ୍ଠି ଦେଇ ତାକୁ ବାନ୍ଧିଛି କିଏ

ପାଟି ଫିଟାଇ ନ ବଖାଣିବାକୁ

କାହା ରାଣ ଖାଇଛି କି ସିଏ

ଆଖିରେ ଆଖିରେ କହି ଚାଲେ ସବୁକିଛି

ନ ଖୋଲି ମୁଖ ବି ତା'କାହାଣୀ କହିଚାଲେ

ସହି ସହି ଆଗେଇ ଚାଲିଛି ସିଏ

ତ କଣ ସିଏ ନିର୍ଜୀବ ବସ୍ତୁଟିଏ ...???


ସ୍ନିଗ୍ଧା ନାୟକ, କୋଟା ,ରାଜସ୍ଥାନ ।


Rate this content
Log in

Similar oriya poem from Inspirational