ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରି
ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରି
ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରି
ମନରେ ଭଜ ହେ ଶ୍ରୀହରୀ ।
ମରଣ କାହୁଁ ଆସି ଯିବ
ମୁହୂର୍ତ୍ତକରେ ଜୀବ ଯିବ ।
ମର୍ତ୍ତ୍ୟରେ ନର ଦେହ ଧରି
ମନରେ ଭଜୁ ନିତି ନାରୀ ।
ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରି
ମରେ ସେ ଅକର୍ମ ଆଚରି ।
ମନ ସ୍ଵଭାବ ଘେନି କର୍ମ
ମନୁଷ୍ୟ କରେ ନିତି ଦିନ ।
ମନ୍ଦ ଚିନ୍ତାରେ ଭରା ମନ
ମଣିଷ ସ୍ଵଭାବ ଏ ଘେନ ।
ମୁର୍ହୁ ମୁର୍ହୂ ସେ ସହେ ଦୁଃଖ
ମରୀଚିକାର ପଛେ ଦେଖ ।
ମଣିଷ ଧାଏଁ ଅବିରତ
ମଣଇ ବାସ୍ତବ ପ୍ରତ୍ୟକ୍ଷ ।
ମଣିଷ ଚାହେଁ ଧରିବାକୁ
ମନରେ ମୋହ ଲାଳସାକୁ ।
ମୃଗ ଯେସନେ ଘୋର ବନେ
ମୁଢ଼ ମନୁଷ୍ୟ ବୁଲେ ତେହ୍ନେ ।
ମଧୁର ରସମୟ ଭlଳେ
ମୋହିତ ହୁଏ ସ୍ୱାର୍ଥ ଜାଲେ ।
ମଣିଷ ଛନ୍ଦି ହୋଇ ଥାଏ
ମଗଜେ କିଛି ହିଁ ନ ଚିନ୍ତେ ।
ମିଳଇ ଯହିଁ ଯେଉଁ ପରି
ମ୍ଲେଚ୍ଛ ବା ସାଧୁ ସଙ୍ଗ କରି ।
ମନ ତା' ହୁଅଇ ସେ ପରି
ମନୁଷ୍ୟ କରେ ନିତି ଚୋରି ।
ମିଳିତ ହୋଇ ଚୋର ଦଳେ
ମଣିଷ ସାଧୁ ସଙ୍ଗ ମେଳେ ।
ମଣଇ ଜଗତ ଅସlର
ମନରେ ସୁଦିବ୍ୟ ସଂସ୍କାର ।
ମଣ୍ଡିତ ହୋଇଥାଏ ତାର
ମୁକତି ଲଭେ ସେହି ଚିର ।
ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରି
ମରଇ ଦୁଷ୍କର୍ମ ଆଦରି ।
ମାୟା ବର୍ତ୍ତେ ଭ୍ରମେ ସେ ନିତି
ମୁର୍ହୂ ମୁର୍ହୂ ସହେ ଦୁଷ୍କୃତି ।
ମାୟାରେ ଆଚ୍ଛନ୍ନ ତା ମନ
ମାଟିକୁ ମଣୁ ଥାଏ ସ୍ଵର୍ଣ୍ଣ ।
ମନ୍ତ୍ର ମୁଗ୍ଧ କରଇ ମୋହ
ମନୁଷ୍ୟେ ଦିଏ ଭୟ ଦାହ ।
ମାତ୍ସର୍ଯ୍ୟ ଲୋଭ ଦିଏ କିଳା
ମନୁଷ୍ୟ ଜୀବନର ଲୀଳା ।
ମୁହୂର୍ତ୍ତକରେ ଦିଏ ଭାଙ୍ଗି
ମାରଇ ନାନା ସ୍ଵପ୍ନ ରଚି ।
ମୂର୍ଖ ଅଜ୍ଞାନ ହୋଇ ରହେ
ମଦ ସେବାରେ ଦିନ ଯାଏ ।
ମୈଥୁନେ ପ୍ରଗାଢ଼ ଆସକ୍ତି
ମୋକ୍ଷର ମାର୍ଗ ରୋଧେ ନିତି ।
ମର୍କଟ ପ୍ରାୟ କରେ ଲୀଳା
ମନ ଓ ଦେହେ ପାଏ କିଳା ।
ମିଥ୍ୟା ସେ କହେ ନିତି ନିତି
ମାତଇ ଲୋଭ ଗର୍ବେ ଅତି ।
ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରି
ମରଇ ଯନ୍ତ୍ରଣାରେ ଜଳି ।
ମନରେ ବୋହି ଭେଦ ଭାବ
ମରେ ଈର୍ଷା ଘୃଣା କଳହ ।
ମାନଙ୍କେ ଚିର ମାତି ରହି
ମର୍ତ୍ତ୍ୟେ ମନୁଷ୍ୟ ଦେହ ବୋହି ।