ଭଗବତ ଗୀତା
ଭଗବତ ଗୀତା
ଉତ୍ସବ ବ୍ୟସନେ ମୁଦିକୁ ପିନ୍ଧାଇ
ସଂସାରରେ ବାନ୍ଧିଦେଲ
ବର୍ଷକର ଶିଶୁ କୋଳରେ ଦେଇମୋ
ଅଧାରେ ହାତ ଛାଡିଲ
ଭାଗ୍ୟ ସହିଲାନି ଦାଉ ଯେ ସାଧିଲା
ଘର ମୋର ଭାଙ୍ଗିଦେଲା
ଚାବି ପେନ୍ଥା ଆଉ କର୍ତ୍ତବ୍ୟ ଡୋରିରେ
ପାଦକୁ ମୋ ବାନ୍ଧିଦେଲା
ତୁମ ଦେଖା ପଥେ ଅନୁସରି ଚାଲେ
ଜୀବନେ ଯାଇନି ହାରି
ପ୍ରଭୁଙ୍କ ଆଶିଷ ଗୁରୁଜନ ସ୍ନେହ
ଦୁହିଙ୍କୁ ନେଲେ ଆବୋରି
ପର ଉପକାର ପାଇଁ ଜନ୍ମିଥିଲ
ବୀଜ ଦେଲ ସିନା ବୁଣି
ଘର,ଅନୁଷ୍ଠାନ ଏବେ ବି ଝୁରୁଛି
ତୁମ ଭଲଗୁଣ ଗୁଣି
ମାୟା ସଂସାରରେ ଛନ୍ଦିହୋଇ ମୁହିଁ
ଭଜେ ରାମ କୃଷ୍ଣ ହରି
କେବେ ଉଦ୍ଧାରିବ ମାୟା ବନ୍ଧନରୁ
ହେବି ମୁଁ ଏଭବୁ ପାରି
ତେଣୁ ମୁଁ ପାଇଲି ଉତ୍ତମ ପୁସ୍ତକ
ନାମ ଭଗବତ ଗୀତା
ପାଇଲି ସେଥିରୁ ଗୁଢ଼ ମୂଳମନ୍ତ୍ର
ଜୀବନର ସାର୍ଥକତା
ଯାହା ତ ହୋଇଛି ଭଲ ତ ହୋଇଛି
ଯାହା ହେବ ଭଲହେବ
କର୍ମରେ ତଲ୍ଲୀନ ହୋଇ କର୍ମ କର
ମାୟାଭବୁ ପାର ହେବ