Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Classics Inspirational

4  

Antaryami Sahu

Classics Inspirational

ଭଗବଦ ଜନିତ ଶତ୍ରୁ ପରମମିତ୍ର

ଭଗବଦ ଜନିତ ଶତ୍ରୁ ପରମମିତ୍ର

1 min
167



ରାବଣର ପାଇଁ ବିଭିଷଣ ଯେହ୍ନେ

ଲଭିଲା ଶ୍ରୀହରୀ ପୟର ,

ଅକ୍ରୁର ମହାତ୍ମା କଂସାସୁର ପାଇଁ

ଲଭିଲେ ଗୋବିନ୍ଦ ସୁନ୍ଦର, ସୁଜନେ ।

ବ୍ରହ୍ମାଙ୍କ ପାଇଁ ବ୍ରଜବାସୀ ।

ପୁତ୍ରରୂପେ ସର୍ବେ ପାଇଲେ ପ୍ରଭୁଙ୍କୁ

ଗୋମାତା, ଗୋପନାରୀ ମିଶି । ସୁଜନେ,

ବ୍ରହ୍ମାଙ୍କ ପାଇଁ ବ୍ରଜବାସୀ । ।୧। ।


ବିମାତା ଶତ୍ରୁରେ ଧ୍ରୁବ ବାଲ୍ୟକାଳେ

ପାଇଗଲେ ହରି ଦର୍ଶନ,

ମାନଗୋବିନ୍ଦ ଠୁଁ ଅପମାନ ପାଇ

ବିଦୁର ଲଭେ ଜନାର୍ଦ୍ଧନ, ସୁଜନେ

ହିରଣ୍ୟ ପାଇଁ ପ୍ରହଲ୍ଲାଦ ,

ପିତା ଶତ୍ରୁ ହେତୁ ପାଇଲା ହରିଙ୍କୁ

ଅକ୍ଳେଶେ ଲଭେ ମୋକ୍ଷ ପଦ, ସୁଜନେ .

ହିରଣ୍ୟ ପାଇଁ ପ୍ରହଲ୍ଲାଦ ।।୨।।


ପରାଭବଶାଳୀ ଅବା ବିତ୍ତଶାଳୀ

ବିଷୟା ରସରେ ରସିତ,

ସେହିଭଳି ମିତ୍ର ମିଳିଲେ କି ଲାଭ

ଭକ୍ତିରେ ନ ରହେ ଯା ଚିତ୍ତ, ସୁଜନେ ।

ଶତ୍ରୁ ଯେବେ ପ୍ରଭୁ ଭକତ ।

ସେହି ଜନଯଦି ଶତ୍ରୁତା ଆଚରେ

ପାଇବ ନିଶ୍ଚେ ନନ୍ଦସୁତ ,ସୁଜନେ ।

ଶତ୍ରୁ ଯେବେ ପ୍ରଭୂ ଭକତ । ।୩ ।।


ଦୁଷ୍ଟ ଜନଙ୍କର ସଦା ଦୁଷ୍ଟମତ୍ତି

ଭଗବତ ସ୍କୃତି ନ ହୁଏ,

ଭଗବଦଜନ ଶତ୍ରୁ ହେଲେ ସୁଦ୍ଧା

ଭଗବଦ ମାର୍ଗ ଦେଖାଏ, ସୁଜନେ ।

କାଳୀୟ ସେହି ପରକାର,

ଗରୁଡଙ୍କ ପାଇଁ ଲଭିଲା କୃଷ୍ଣଙ୍କୁ

ସର୍ପ ଜନ୍ମରୁ ହେଲା ପାର, ସୁଜନେ ।

କାଳୀୟ ସେହି ପରକାର । ।୪।।



Rate this content
Log in

Similar oriya poem from Classics