ଭଗବାନଙ୍କ ପାଦ ଚିହ୍ନ
ଭଗବାନଙ୍କ ପାଦ ଚିହ୍ନ
ହେ ଭଗବାନ, ଶୁଣିଛି ଆପଣ
ଦୁଷ୍ଟକୁ ନାଶିବାକୁ ଶିଷ୍ଟକୁ ପାଳିବାକୁ
ହୁଅନ୍ତି ଧରାଵତରଣ।
ସତ କହିବେ ଆପଣ କେଉଁ ରଙ୍ଗର
ପିନ୍ଧନ୍ତି ଅଙ୍ଗର ବସନ ?
ପିତ, ଶ୍ୱେତ ନା ଗାଢ଼ ସବୁଜ।
ଆପଣ କିଛି ବହି ବାଣ୍ଟିଥିଲେ କି ?
ସେ ବହିର ପୃଷ୍ଠା ପରେ ପୃଷ୍ଠାର
ଭୁଲ୍ ବ୍ୟାଖ୍ୟାନ କରୁଛି ମାନବ ନିତିଦିନ।
କେଉଁ ଜିନିଷ ଆପଣଙ୍କର ପ୍ରିୟ ?
ଭକ୍ତି ନା ଧର୍ମ ନାମରେ ବଳି
ଆପଣଙ୍କ ନାଁ ତ ବିକ୍ରି ହେଉଛି ବଜାରେ।
କୁହନ୍ତୁ ତ ଆପଣଙ୍କ ଅନୁଗାମୀ
କାହିଁକି ଦୂରେଇ ଗଲେ ଆପଣଙ୍କ
ଦ୍ୱାରା ଦିଆ ଯାଇଥିବା ମୁକ୍ତ ସିଦ୍ଧାନ୍ତରୁ ।
କେଉଁଠି ଆପଣ ଥାପିଥିଲେ
ପ୍ରଥମେ ନିଜର ପାଦ ଯୁଗଳକୁ ?
ଦେଖିବାକୁ ଚାହେଁ ଆପଣ ଏକ ନା ଅନେକ।
