ଭଗବାନ ଏଠି ଅସହାୟ
ଭଗବାନ ଏଠି ଅସହାୟ
ପବିତ୍ର ଫଗୁଣ ପୁନେଇଁ ଲଗନେ
ବିମାନ ରେ ରାଧା ମାଧବ
ଅବିର ରଙ୍ଗରେ ରଙ୍ଗେଇ ଦେଲେଣି
ବିଭୋରେ ସକଳ ମାନବ
ଗାଆନ୍ତି ବସନ୍ତ ରାସ ର ସଙ୍ଗୀତ
ଭୋଗ କରି ଚଣା ସାକର
ମନେ ମନାସନ୍ତି ସୁଖ ଆଉ ଶାନ୍ତି
ଉତ୍ଫୁଲ୍ଲିତ ହେଉ ସଂସାର
ହୋଲି ପିଚକାରୀ ରଙ୍ଗରେ ଭରି
ଖେଳନ୍ତି ସକଳ ଜନତା
ଉତ୍ସବ ଆନନ୍ଦେ ପାଳନେ ବିଭୋର
ଅରି ଭୁଲି ବଢେ ବନ୍ଧୁତା
ପବିତ୍ର ଏ ରଙ୍ଗ ଉତ୍ସବ ବନ୍ଧୁରେ
ଅଧୀର ହୁଅଇ ମନ
ରାଧା,କୃଷ୍ଣ ଙ୍କର ଅପୂର୍ବ ମିଳନ
ମନ ହୁଏ ଛନ ଛନ
ଆଜିତ ଜୀବନ ଅରମା ରାସ୍ତା ରେ
ଖେଳ କାଳ ଭଳି ଲାଗଇ
ମଣିଷ ନିଜର କାଳ କୁ ଡାକିଛି
ନିଜେ ନିଜର ତ ଭଗାରି
ସାବଧାନ ହୁଅ ଏଠି ଭଗବାନ
ଅସହାୟ ନିଜେ ନିଜକୁ
ମଣିଷେ ମଣିଷ ବଇରି ହୋଇଲେ
କିଏ ବା ରଖିବ କାହାକୁ
